Odisha news

୨୦୨୩ ରେ ଡେଟିଂ କୁ ନେଇ ଚର୍ଚାରେ ରହିଥିବା ବଲିଉଡ ଷ୍ଟାର

0

ମୁମ୍ବାଇ : ୨୦୨୩ ରେ ଶେଷ ରେ ଆମେ ପାଦ ଥାପିଚୁ, ଚଳିତବର୍ଷ ଅନେକ ଘଟଣା ଚର୍ଚାରେ ରହିଥିଲେ ସୁଧା ବଲିଉଡ ମଧ୍ୟ ସବୁଥର ଭଳି ଚର୍ଚାରେ l ଚଳିତଥର ଡେଟିଂ କୁ ବଲିଉଡ କଳାକାର ଚର୍ଚାରେ ରହିଥିଲେ l

– ଏଥିରେ ସବୁଠୁ ଆଗରେ ରହିଥିଲେ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରାଏ କାପୁର, ଉଭୟ ପ୍ରେମପକ୍ଷୀ ଙ୍କ ପ୍ରେମ ଚର୍ଚ୍ଚା ବି-ଟାଉନ ମୄଦୁ ଗୁଞ୍ଜରଣ ହୋଇ ଚାଲିଥିଲା l ଉଭୟ ଙ୍କ ଡେଟିଂ କୁ ନେଇ ମଧ୍ୟ ଚର୍ଚା ଧରିଥିଲା l

– ୨୦୨୩ ରେ ବିଶ୍ୱକପ କ୍ରିକେଟ ଭାରତରେ ଅନୁଷ୍ଠିତ ହୋଇଥିବା ବେଳେ ଶୁଭମନ ଗିଲ ଓ ସାରା ତେନ୍ଦୁଲକର ଙ୍କ ରିଲେସନସିପ କୁ ନେଇ ଖବର ଜୋର ଧରିଥିଲା l ଗିଲ ଙ୍କର ପ୍ରତ୍ୟେକ ମ୍ୟାଚ ରେ ସାରା ପହଂଚି ଯାଉଥିଲେ ତାଙ୍କୁ ଚିୟର କରିବା ପାଇଁ l

-ସୋନାକ୍ଷୀ ସିନହା ଓ ଜାହିର ଇକବଲ ଙ୍କ ପ୍ରେମ ସମ୍ପର୍କ ମଧ୍ୟ ଜୋର ଧରିଥିଲା ୨୦୨୩ ରେ l ସୋନାକ୍ଷୀ ଙ୍କୁ ବି-ଟାଉନ ରେ ତାଙ୍କ ବନ୍ଧୁ ଙ୍କ ସହିତ ଅନେକ ଥର ସ୍ପଟ କରାଯାଇଥିଲା l

– ସୈଫ ଓ ଅମୃତା ଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଓ ପଲକ ତିୱାରୀ ଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା l ସୋସିଆଲ ମିଡ଼ିଆ ରେ ଉଭୟଙ୍କ ପ୍ରେମ ଖୁବ ଚର୍ଚା ଧରିଥିଲା l

-୨୦୨୩ ରେ ଅମିତାଭ ବଚନ ଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଓ ସିଦ୍ଧାନ୍ତ ଚତୁର୍ବେଦୀ ନାମ ଏକ ସଙ୍ଗରେ ଯୋଡ଼ା ଯାଇଥିଲା l ଉଭୟଙ୍କୁ ଅନେକଥର ବି-ଟାଉନ ରେ ସ୍ପଟ କରାଯାଇଥିଲା l ଉଭୟ ମଧ୍ୟ ଏକତ୍ର ଛୁଟି ବିତାଇବା ପାଇଁ ଗୋଆ ଯାଇଥିଲେ l

Leave A Reply