ଭଞ୍ଜନଗର(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଜାତୀୟ ମାନ୍ୟତା ପ୍ରାପ୍ତ ସ୍ଵଦେଶୀ ଜୈବବିଭିଦତ୍ତ ଘୁମୁସରୀ ଗାଈଗୋରୁ ଗବ୍ୟ ଗୋବର ଗୋ ମୁତ୍ରରୁ ପ୍ରାକୃତିକ ଘୋରାଇ ବ୍ୟବହାରିକ ପଦାର୍ଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର ପ୍ରମୁଖ ଶିତୁନ କୁମାର ଶତପଥୀ ଅIନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଘୁମୁସର କ୍ଷେତ୍ରରେ ଯେଉ ସ୍ଵଦେଶୀ ଗୋବଂଶ ଦେଖା ଯାଆନ୍ତି ସେମାନଙ୍କ କ୍ଷୀର ଯାହା ପ୍ରୋଟିନ ଯୁକ୍ତ A2 ସହ ଗୋବର ଓ ଗୋମୁତ୍ରରେ ବିଭିନ୍ନ ଆୟୁର୍ବେଦିକ ବନସ୍ପତି ଓ ଔଷଧୀୟ ଗୁଣ ଦେଖିବାକୁ ମିଳିଥିଏ ଭାରତ ସରକାର ତରଫରୁ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ନାମ ହାସଲ କରିଛି I ସାଧାରଣତ ଅଞ୍ଚଳର ଗ୍ରାମ ଚାରଣ ଓ ଜଙ୍ଗଲର ତଳି ଅଞ୍ଚଳରେ ଗୋପାଳକ ଗୋଠ ରୂପେ ୧୦ ୧୦୦୦ ସ୍ଵଦେଶୀ ଗୋବଂଶ ରଖିଥାନ୍ତି I କ୍ଷୀରର ବଜାର ଅଭାବ ଓ ଗୋବରର ଉପଯୁକ୍ତ ବ୍ୟବହାର ଓ ଗୋମୁତ୍ର ନଷ୍ଟ କୁ ରୋକିବା ନିମିତ ଭଞ୍ଜନଗର ଘୁମୁସର ରାଜସ୍ଵ ଉପଖଣ୍ଡର ବେକାର ଯୁବକ ଯୁବତୀ ଓ ଗୋପାଳକ ଆୟକୁ ଦୁଇଗୁଣ କରିବା ପାଇଁ ଗୋବର ଶିଳ୍ପ ଓ ଗୋମୁତ୍ର ଅର୍କରେ ଫିନାଇଲ ,ସାବୁନ, ବାସନ ମାଜିବା ଡିଶ, ହାଣ୍ଡୱାଶ ଓ ସାବୁନ ପ୍ରସ୍ତୁତି ଶିକ୍ଷା ଦିଆଯାଇଥିଲା I ଘୁମୁସରୀ ନାମରେ ବ୍ରାଣ୍ଡ କରIଯାଇ ବଜାର ସୃଷ୍ଟି କରିବା ପାଇଁ ସମିତି ଉତ୍ପାଦିକ ସଂଘ ତିଆରି କରିଛି I ବର୍ତମାନ ମାନବ ସମାଜର ୯୦ଭାଗ ଲୋକ ବିଭିନ୍ନ ରାସIୟନିକ ପଦାର୍ଥ ଶିକାର ହୋଇ କର୍କଟ,ହୃଦ, ସ୍ନାୟୁଜନିତ ରୋଗ ଆକ୍ରାନ୍ତ ବଢିବାରେ ଲାଗିଛି ଯାହାର ଗମ୍ଭୀରତା କୁ ନଜର ରଖି ଘୁମୁସରୀ ସମିତି ବିଷମୁକ୍ତ ସମାଜପାଇଁ ଘୁମୁସରୀ ଗୋଗ୍ରାମ ଓ ଗୋଅଭୟIରଣ୍ୟ କରିବା ଗ୍ରାମ ଅଞ୍ଚଳରୁ ଗୋବର ଗୋମୁତ୍ର ୫ଟଙ୍କାରେ କିଣି ବିଭିନ୍ନ ଘରୋଇ ପ୍ରIସମନିକ ସାମଗ୍ରିକ କରିବା ପାଇଁ ବିଭିନ୍ନ ଅଭିନବ ପନ୍ଥା ପ୍ରୟାଷକୁ ଦିତୀୟ ଦିବସର ମୁଖ୍ୟ ଅତିଥି ଭଞ୍ଜନଗର ଉପଖଣ୍ଡ ସୂଚନା ପ୍ରସାରଣ ଓ ଲୋକ ସମ୍ପର୍କ ଅଧିକାରୀ ଗୌରିଶଙ୍କର ଶତପଥୀ ପ୍ରସଂଶା କରି ସ୍ଥାନୀୟ ସ୍ତରରେ ବ୍ୟାପକ ଆତ୍ମ ନିଯୁକ୍ତି ମିଳବ ଓ ଘୁମୁସରୀ ଗାଈଗୋରୁ ସଂରକ୍ଷଣ ହୋଇ ପାରିବ ବୋଲି ସେ ମତ ରଖିଥିଲେ I ସାଧନ କର୍ମୀ ଭାବେ ସୁଶାନ୍ତ କୁମାର ନାୟକ ଯୋଗ ଦେଇ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ , ଗୋ ସେବା ସମିତି ସଭ୍ୟ ପ୍ରଦୀପ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଘୁମୁସରୀ ଗୋବଂଶ ଦେଶର ସର୍ବଶ୍ରେଷ୍ଟ ଯାହାର ଜଳବାୟୁ, ଜୈବ ବିଭିଦତା ମତ ରଖିଥିଲେ , ସମ୍ଭଭ ନମିତା ମହIନ୍ତି ଜିଆ ଖତ, ମାଜିକ,ହାଣ୍ଡି ଖତ ପ୍ରସ୍ତୁତି , ରୟତ ମହାସଂଘ ପ୍ରମୁଖ ସିମାଞ୍ଚଳ ନାହକ ଜୈବିକ ଖେତିର ଗୁରୁତ୍ଵ ଓ ଅଗ୍ରଣୀ ଚାଷୀ D ନାରାୟଣ ଯୋଗ ଦେଇ ପଞ୍ଚଗବ୍ୟର ଉପଦେୟତI ଉପରେ ଆଲୋକ ପାତ ଦେଇଥିଲେ ସମ୍ପୂର୍ଣ କାର୍ଯ୍ୟକ୍ରମ ସଂଯୋଜନା ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ କରିଥିଲେ , ଅଗ୍ରଣୀ ଚାଷୀ ବିରେନ୍ଦ୍ର ନାୟକ, ଶିକ୍ଷାବିତ ସୁଦାମ ଡାକୁଆ , ବ୍ରାହମନାଦ , ରିନI, ମଞ୍ଜୁଲା,ଦୁଲାର କୃଷ୍ଣ ବହୁ ଗୋପାଳକ ଗୋପାଲିକI ଅଂଶଗ୍ରହଣ କରିଥିଲେ I ପଞ୍ଚକର୍ମା ମାଧ୍ୟମରେ ଶତାଧିକ ସ୍ନାୟୁ, ଗଣ୍ଠି ବାତ,ଅଣ୍ଟା ବ୍ୟଥା ,ମଧୁମେହ, ରକ୍ତଚାପ ଓ ଗ୍ୟାଷ୍ଟିକ ରୋଗୀଙ୍କ ଚିକିସ୍ଥା କରI ଯାଇଥିଲା I