ଛତ୍ରପୁର,୧୩/୫: କରୋନା ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଲୋକ ମାନେ କିପରି ସୁରକ୍ଷିତ ରହିବେ ସରକାରଙ୍କ ଉଦ୍ୟମ ଜାରି ରହିଛି । ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ଅଂଚଳକୁ ସାନିଟାଇଜ କରାଯାଉଛି ।
ଛତ୍ରପୁର ଅଗ୍ନିଶ୍ରମ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ଫାୟାର ଅଫିର ବିଶ୍ୱନାଥ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ, ବିଭିନ୍ନ ଘରୋଇ ଅନୁଷ୍ଠାନ, ମାର୍କେଟ, ବଜାର, ମେଡିକାଲ ଓ ସାହି ,ବସ୍ତି ଅଂଚଳ ଗୁଡିକୁ ରାସାୟନିକ ବିଶୋଧକ ସ୍ପେ କରାଯାଉଛି । ବୁଧବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଡମାଧବପୁର, ଗଙ୍ଗାପୁର କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକୁ ମଧ୍ୟ କର୍ମଚାରୀ ଦିପ୍ତି ରଂଜନ ସ୍ୱାଇଁ, କାହ୍ନୁ ଚରଣ ପରିଡା , ଦୀପକ କୁମାର ସାହୁ ଓ କିଶୋର ମାଝି ସ୍ପେ କରିଥିଲେ ।
ପୂର୍ବରୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଛତ୍ରପୁର , ଗଂଜାମ, ଗୋପାଳପୁର ସମେତ ବିଭିନ୍ନ ସହରରେ କର୍ମଚାରୀ ମାନେ ରାସାୟନିକ ବିଶୋଧକ ସ୍ପେ କାର୍ଯ୍ୟ କରିଆସିଛନ୍ତି ।