Odisha news

ଫେସବୁକ ହେଲା ଡାଉନ , ଅସୁବିଧାରେ ବିଶ୍ୱର ସମସ୍ତ ୟୁଜର୍ସ

0

ଫେସବୁକ ହେଲା ଡାଉନ , ମେଟା ର ଅନେକ ଗୁଡିଏ ସର୍ଭିସ ହୋଇଗଲା ଡାଉନ l ଫେସବୁକ ଓ ଇନ୍ଷ୍ଟlଗ୍ରାମ କରୁନାହିଁ କାମ l କିଛି ଲୋକଙ୍କର ଫେସବୁକ ଆକାଉଣ୍ଟ ଆପେ ଆପେ ଲଗ ଆଉଟ ହୋଇ ଯାଉଛି l ଯେବେକି ଇନ୍ସଟାଗ୍ରାମ ଅନେକ ଗୁଡିଏ ଫିଚର୍ସ କାମ କରୁନାହିଁ l ଡାଉନଡ଼ିଟେକ୍ଟର ଅନୁସାରେ ମେଟା ର ସର୍ଭିସ ଭାରତୀତ ସମୟ ଅନୁସାରେ ରାତି ୯ ଟା ୧୦ ମିନିଟ ରୁ ପ୍ରଭାବିତ ହୋଇଥିଲା l ମୋବାଇଲ ଆପ ସହିତ ୱେବ ସର୍ଭିସ ମଧ୍ୟ ଆକ୍ସେସ ହେଉନାହିଁ l

ଜାତୀୟ ଗଣ ମାଧ୍ୟମ ର ସୂଚନା ଅନୁଯାୟୀ କିଛି ୟୁଜର ଙ୍କ ପାଇଁ ଇନ୍ସଟାଗ୍ରାମ ର କମେନ୍ଟ ସେକ୍ସନ କାମ କରୁ ନାହିଁ ଯେବେକି ଆଉ କିଛି ୟୁଜର ଆପ ମଧ୍ୟ ଆକ୍ସେସ କରିପାରୁ ନାହାନ୍ତି l ଏହି ସମସ୍ୟା କେବଳ ଭାରତରେ ହୋଇନାହିଁ, ଏହା ସାରା ପୃଥିବୀ ରେ ଦେଖା ଦେଉଛି l ଫେସବୁକ ପକ୍ଷରୁ କିମ୍ବା ମେଟା ପକ୍ଷରୁ ବର୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ l ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟି ଥିଲା ଓ ପରେ ଜଣା ପଡିଥିଲା ଯେ ଫେସବୁକ ର ଡାଟା ଅନେକ ବ୍ୟକ୍ତିଙ୍କ ର ଲିକ ହୋଇ ଯାଇଛି l

ଫେସବୁକ ଆକାଉଣ୍ଟ ନିଜସ୍ୱ ଭାବରେ ଲଗ ଆଉଟ ହେବାର କାରଣ ଇଶାରା କରୁଛି ଯେ ଫେସବୁକ ସର୍ଭିସ ହ୍ୟାକ ହୋଇଛି l ଏହାଛଡା ଅନେକ ସମୟରେ ଏହି ଅସୁବିଧା ହୋଇଥାଏ ଯେ ଫେସବୁକ ସର୍ବର ରେ ଅନେକ ଗୁଡିଏ ଅସୁବିଧା ହୋଇଥାଏ l

Leave A Reply