Odisha news

ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ 

0
ଠାକୁରମୁଣ୍ଡା-୫/: ଠାକୁରମୁଣ୍ତା ବ୍ଲକ ସଭାଗୃହରେ ମଙ୍ଗଳବାର ଦିନ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ହୋଇଯାଇଛି। ବ୍ଲକ ପ୍ରଶାସନ ତରଫରୁ ପାଳିତ ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ସପ୍ନେଶ୍ବର ବେହେରା, ସହକାରୀ ଯନ୍ତ୍ରୀ ଶୁଭ୍ରା ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ ଓ ବରିଷ୍ଠ ବିଜେଡି ନେତା ନନ୍ଦ କିଶୋର ବାରିକ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଦେଇ ସଭା କର୍ଯ୍ଯ  ଆରମ୍ଭ କରିଥିଲେ ।ଜନ ନାୟକ ବିଜୁବାବୁଙ୍କ ଆଦର୍ଶ ,ତ୍ଯାଗ, ଓଡ଼ିଶାକୁ ଭଲ ପାଇବା କୁ ଗ୍ରହଣ କରି ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇପାରିବ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ସଭାରେ ଏପିଓ ଧ୍ୟାନଚନ୍ଦ୍ର ମହାନ୍ତ ଅତିଥି ପରିଚୟ କରିଥିବା ବେଳେ ସମସ୍ତ ପିଇଓ, ଜିଆରଏସ, ଜିଲ୍ଲାପରିଷଦ ସଭ୍ଯ ,ସରପଞ୍ଚ, ସସିତି ସଭ୍ଯ/ସଭ୍ଯା, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦଳେଇ ସିଂ ଓ କକର୍ମଚାରୀ ସଭାରେ ଯୋଗ ଦେଇଥିଲେ। ଶେଷରେ ଏପିଓ ଧ୍ୟାନଚାନ୍ଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply