କାନ୍ଦିବା ଗୋଟିଏ ସାମାନ୍ୟ କ୍ରିୟା ଅଟେ, ଯାହାକି ମଣିଷ କୁ ଇମୋସନ ସହିତ ଯୋଡି ରଖିଥାଏ l ଏବଂ ଆକ୍ଷିରୁ ଲୁହ ବାହାରିବା ମଣିଷ ର ଇମୋସନ ଫ୍ୟାକଟର୍ସ ର ଗୋଟିଏକରଣ ମଧ୍ୟ ଅଟେ l ଗବେଷକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କାନ୍ଦିବା ଦ୍ୱାରା ମଣିଷର ଅନେକ ଗୁଡିଏ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ , ଆପଣ ଭାବୁଥିବେ କାନ୍ଦିବା ଗୋଟିଏ ଦୁଃଖଦ କାମ, କିପରି ଏହା ସ୍ୱାସ୍ଥ୍ୟ କୁ ଲାଭ ଦେଇଥାଏ ? କିନ୍ତୁ ଏହାଦ୍ୱାରା ଗୋଟିଏ ନୁହେଁ ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ l ତେବେ ଆସନ୍ତୁ ଜାଣିବା l
* କାନ୍ଦିବା ଦ୍ୱାରା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଖୁବ ଲାଭ ମିଳିଥାଏ l ଆକ୍ଷି ରୁ ବାହାରୁ ଥିବା ଲୁହ ରେ କାର୍ଟି ସୋଲ ହର୍ମୋନ ରହିଥାଏ, ଏହା ଗୋଟିଏ ଷ୍ଟ୍ରେସ ହର୍ମୋନ ଅଟେ l ଯଦି ଆମେ କାନ୍ଦି ଥାଉ ତେବେ ଷ୍ଟ୍ରେସ ହର୍ମୋନ ବାହାରି ଯାଇଥାଏ ଏବଂ ମାନସିକ ଉତେଜନା ଦୁରେଇ ଯାଇଥାଏ l
* କାନ୍ଦିବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ, ଯେଉଁ କାରଣରୁ ଓଜନ ମଧ୍ୟ ହ୍ରାସ ହୋଇଥାଏ l ଅନେକ ସମୟ ରେ ଦୁଃଖ କାରଣରୁ କାନ୍ଦିବା ଦ୍ୱାରା ମଧ୍ୟ ଭୋକ କମ ହୋଇଥାଏ l ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ l
* କାନ୍ଦିବା ସମୟରେ କୋହ ଉଠାଇ କାନ୍ଦିବା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ ଏବଂ ଆପଣଙ୍କ ମୁଡ଼ ମଧ୍ୟ ଠିକ ରହିଥାଏ l ଏହା ନର୍ଭସ କୁ ହେଲଦି ରଖିବାରେ ସାହାଯ୍ୟ କରେ l
* ଅନେକ ସମୟରେ ଆଖିରେ ଧୂଳି, ମାଟି ଭଳି ବର୍ଜ୍ୟ ବସ୍ତୁ ପଡିଯାଇଥାଏ l ଯାହାକି କାନ୍ଦିବା ଦ୍ୱାରା ଆକ୍ଷିରୁ ଲୁହ ମାଧ୍ୟମରେ ବାହାରି ଆସିଥାଏ l ଲୁହ ରେ ଲାଈଜ ଜାଇମ ଏଞ୍ଜାଇମ ରହିଥାଏ l ଯାହା ଆକ୍ଷିକୁ ସଫା ରଖିବାରେ ସାହାଯ୍ୟ କରେ l
* ଅନେକ ସମୟରେ ଖୁସି ହେବା ଦ୍ୱାରା ଉତ୍ସାହିତ ହେବା ଦ୍ୱାରା ମଧ୍ୟ ଆକ୍ଷିରୁ ଲୁହ ବାହାରି ଥାଏ, ଏପରି ସ୍ଥିତିରେ ଇମୋସନାଲ ବାଲାନ୍ସ ରହିଥାଏ l
* ଲୁହ ରେ ଅକ୍ସୀ ଟୋନିନ ଓ ଏଣ୍ଡୋ ଫିରନ ରହିଥାଏ , ଯାହା ଯନ୍ତ୍ରଣା କୁ ହ୍ରାସ କରିଥାଏ, ତେଣୁ ଶାରୀରିକ କିମ୍ବା ମାନସିକ ସ୍ତରରେ ଯନ୍ତ୍ରଣା ଲାଭ କଲେ ନିହାତି କାନ୍ଦିବା ଜରୁରୀ l
