Odisha news

ଅକ୍ଷୟ ତୃତୀୟା ଦିନ ତୁଳସୀ ବୃକ୍ଷର ଚେରରେ କରିନିଅନ୍ତୁ ଏହି ଗୋଟିଏ ଉପାୟ, ଦୂର ହେବ ଆର୍ଥିକ ସମସ୍ୟା

0

ସନାତନ ଧର୍ମରେ ଅକ୍ଷୟ ତୃତୀୟା ର ଅନେକ ମହତ୍ୱ ରହିଛି, ଏହା ଗୋଟିଏ ଶୁଭ ଦିନ ଅଟେ l ଏହିଦିନ ବିଶେଷ ଭାବରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଏବଂ ଶ୍ରୀ ଗଣେଶ ଙ୍କୁ ପୂଜା କରାଯାଇଥାଏ l ଚାଳିତଥର ଅକ୍ଷୟତୃତୀୟା ମଇ ଦଶାହ ତାରିଖ, ଶୁକ୍ରବାର ଦିନ ଅନୁଷ୍ଠିତ ହେବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସର ଶୁକ୍ଲପକ୍ଷ ର ତୃତୀୟା ତିଥିରେ ଅକ୍ଷୟତୃତୀୟା ପାଳିତ ହୋଇଥାଏ l ଜ୍ୟୋତିଷଶାସ୍ତ୍ର ଅନୁସାରେ ଅକ୍ଷୟତୃତୀୟା ଦିନ କିଛିଟା ବିଶେଷ ଉପାୟ କରିବା ଆବଶ୍ୟକ ଯାହାଦ୍ୱାରା ମାଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l

ଅନ୍ୟ ପକ୍ଷରେ ଅକ୍ଷୟତୃତୀୟା ରେ ମାତା ତୁଳସୀ ଙ୍କ ଉପାସନା ର ଅନେକ ମହତ୍ୱ ରହିଛି, ମାନ୍ୟତା ଅନୁସାରେ ମାତା ତୁଳସୀ ହେଉଛନ୍ତି ଲକ୍ଷ୍ମୀଙ୍କ ର ଗୋଟିଏ ରୂପ l ତେଣୁ ଏହିଦିନ ତୁଳସୀ ଙ୍କ ସହିତ ଜଡିତ ଉପାୟ କରିବା ଦ୍ୱାରା ଜୀବନ ର ସମସ୍ତ ସମସ୍ୟା ଦୁରେଇ ଯାଇଥାଏ l

– ଆପଣଙ୍କ ଘରେ ତୁଳସୀ ଚଉରା ଥିଲେ ସୁଧା ଏହିଦିନ ତୁଳସୀ ବୃକ୍ଷ ଲଗାଇବା ଖୁବ ଶୁଭ ଅଟେ, କୁହାଯାଏ ଯେ ଏହିଦିନ ଘର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

– ଏହିଦିନ ତୁଳସୀ ଙ୍କର ଉପାସନା କରିବା ମଧ୍ୟ ଜରୁରୀ l ଏବଂ ତୁଳସୀ ଙ୍କ ମନ୍ତ୍ର ଏହିଦିନ ଜପ କରନ୍ତୁ ‘ଓଂ ତୁଳସୀ ଦେବ୍ୟା ନମଃ ‘ ମନ୍ତ୍ର ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ l

– ଅକ୍ଷୟତୃତୀୟା ଦିନ ଘରର ମୁଖ୍ୟ ଦ୍ୱାରରେ ତୁଳସୀ ବୃକ୍ଷ ର ଚେର ନିହାତି ବାନ୍ଧିବା ଜରୁରୀ l  ଏହି ଗୋଟିଏ ଉପାୟ ଦ୍ୱାରା ଜୀବନ ରେ ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଥାଏ l ଏବଂ ଏହିଦିନ ତୁଳସୀ ଚେର କୁ ନାଲି କପଡା ରେ ବାନ୍ଧି, ସେଥିରେ ସିନ୍ଦୁର ଓ ଚନ୍ଦନ ଲଗାଇ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l ଏହାପରେ ଏହାକୁ ନେଇ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ l

Ad2
Leave A Reply