ଜାମୁ- କାଶ୍ମୀର ର ଦୁଇ ରାଜଧାନୀ ଜାମ୍ମୁ ଓ ଶ୍ରୀନଗର କୁ ଯୋଡ଼ୁଥିବା ଦେଶର ପ୍ରଥମ ସେମି ହାଇ ସ୍ପିଡ଼ ବନ୍ଦେ ଭାରତ ଏକ୍ସପ୍ରେସ ଖୁବ ଶୀଘ୍ର ରୁଟ ରେ ଦଉଡ଼ିବାକୁ ପ୍ରସ୍ତୁତ ଅଛି, ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାକୁ ଯାଇ ଆଜି ଏହି ଟ୍ରେନ କୁ ଟ୍ରାଏଲ କରାଯାଇଛି l ଦିଲ୍ଲୀ ରୁ ବାହାରି ଜାମୁ ରେ ପହଂଚି ଏହି ସ୍ପେଶାଲ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ କଟରା ରୁ ଶ୍ରୀନଗର ପାଇଁ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି, ଟ୍ରାଏଲ ସମୟ ରେ ଜାମୁ ରେଳ ଷ୍ଟେସନ ରେ ଉପସ୍ଥିତ ଯାତ୍ରୀ ମାନେ ଉତ୍ସାହ ର ସହିତ ସ୍ୱାଗତ କରିଥିଲେ, ଓ ଏହାକୁ ନେଇ ଉତ୍ସାହ ବ୍ୟକ୍ତ କରିଛନ୍ତି , ବିଶେଷ ଭାବରେ ଲାଦଖ ର ଜନସାଧାରଣ ଏହି ଟ୍ରେନ କାଶ୍ମୀର ରେ ପହଂଚିବା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
କଟରା ରୁ ଶ୍ରୀନଗର ର ୧୯୦ କିଲୋମିଟର ଦୂରତା କୁ ଏହି ଟ୍ରେନ ମାତ୍ର ୩ଘଣ୍ଟା ରେ ସମ୍ପୂର୍ଣ କରୁଛି l ଜାମୁ- କାଶ୍ମୀର କ୍ଷେତ୍ର ସମ୍ବେଦନଶୀଳ ଅଟେ, ସେଥିପାଇଁ ଏହି ରୁଟ ରେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ କୁ ବିଶେଷ ଏଣ୍ତି -ଫ୍ରୀଜିଙ୍ଗ ଯନ୍ତ୍ରପାତି ଦ୍ୱାରା ତିଆରି କରାଯାଇଛି l ଏହି ୨୦ ଡିଗ୍ରୀ କଠିନ ତାପମାତ୍ରା ରେ ମଧ୍ୟ ଦ୍ରୁତ ଗତିରେ ଯାଇପାରିବ l ଏହି ବନ୍ଦେ ଭାରତ ଟ୍ରେନ କୁ ଚେନ୍ନାଇ ର ଇନ୍ତିଗ୍ରlଲ କୋଚ ଫ୍ୟାକ୍ଟ୍ରି ଦ୍ୱାରା ପ୍ରସ୍ତୁତ କରାଯାଇଛି, ଏଥିରେ ଆଡ଼ଭାନ୍ସ ହ୍ୱିଟିଙ୍ଗ ସିଷ୍ଟମ ଲଗାଯାଇଛି, ଯାହାଦ୍ୱାରା ଅଧିକ ଥଣ୍ଡାରେ ମଧ୍ୟ କେହି ଅସୁବିଧାର ସମୁଖୀନ କରିବେ ନାହିଁ l