.ବାଲିଗୁଡା,6/6.(ସ.ବ୍ୟୁ.)
ଉକ୍ତ ଟିପାରି ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ତନୁଜ କୁମାର ଡିଗାଲ, ଅଭିମନ୍ୟୁ ମଲ୍ଲିକ, ତ୍ରିନାଥ ପ୍ରଧାନ, କଶ୍ୟପ କୁମାର ଡିଗାଲ, ସ୍ଵପ୍ନେଶ୍ଵର ଡିଗାଲ, ସୁଶାନ୍ତ ଡିଗାଲ, ବୁଲୁ ଡିଗାଲ, ପ୍ରକାଶ କହଁର, ତପନ କହଁର ,ବଳରାମ ଡିଗାଲ, ଆବୁଦୁଲା ପ୍ରଧାନ, ବାଲି କହଁର, ସ୍ୱର୍ଗତ. ସୁବାଷ ଚନ୍ଦ୍ର ଡିଗାଲ, ପ୍ରଫୁଲ କହଁରଙ୍କ ଭଳି ବହୁ ବଦାନ୍ୟ ବ୍ୟକ୍ତି ଙ୍କ ଆପ୍ରାଣ ଚେଷ୍ଟା ଫଳରେ ସୁରକ୍ଷା ହୋଇ ପାରିଛି, ଏହି 800ଏକର ଶାଳ ଜଙ୍ଗଲ, ଯାହାକୁ କି ଦେଖିଦେଲେ ଭୋକିଲା ପେଟ ପୁରିଯାଉଛି, ବୃକ୍ଷର ମୂଲ୍ୟ କଣ ସେମାନେ ଜାଣି ଶୁଣି ଏପରି କରୁଛନ୍ତି ବୋଲି ଅଞ୍ଚଳର ଯୁବ ସମାଜ ସେବୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ କହିଛନ୍ତି l
ଏପଟେ ଯୁବକ ସଂଘର କହିବାନୁଯାଇ କିଛିଦିନ ତଳେ ଲକ ଡାଉନର ସୁଯୋଗ ନେଇ ଟିପାରିଗାଁ ଗ୍ରାମ୍ୟ ଜଙ୍ଗଲ ର ପାଖାପାଖି ଗ୍ରାମର ଯଥା, ଛତିଝର, ଟିପାରିଗାଁ, ମୁଣ୍ଡାଶାହୀ, ବରସାହି, ଗାନ୍ଧୀ ନଗର ର କିଛି ଲୋକ ସରକାର ଗ୍ୟାସ ସୁବିଧା ଯୋଗାଇଦେଉଥିବା ବେଳେ ମଧ୍ୟ ଜାଳେଣି କାଠ ଭାବରେ ବ୍ୟବହାର କରିବା ପାଇଁ ଗଛ କାଟିବାର ଅଭିଯୋଗ ପରେ ଟିକାବାଲି ରେଞ୍ଜର ଚୈତନ୍ୟ ବେହେରା ଉକ୍ତ କାଠକୁ ଜବତ କରିଥିଲେ ମଧ୍ୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ସଚେତନତା ଆସିନାହିଁ, ପୁଣି ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗର ର ନଟିଆ ଡିଗାଲ100ଫୁଟ ଶାଳ ଗଛ ହାଣି ଥିବା ବେଳେ ରୟାଲ ଯୁବକ ସଂଘ ର ସଭାପତି ପ୍ରକାଶ କହିଁର ଏହାକୁ ବାରଣ କରି ଟିକାବାଲି ରେଞ୍ଜର ଶ୍ରୀ ବେହେରା ଙ୍କୁ ଉକ୍ତ ବ୍ୟକ୍ତି ଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା କ୍ଷଣି ଶ୍ରୀ ବେହେରା ସଙ୍ଗେ ସଙ୍ଗେ ଉକ୍ତ ଜଙ୍ଗଲରେ ପହଂଚି କାଠକୁ ଜବତ କରିଥିଲେ l ଏଥିରେ ବାଲି କହିଁର, ଓ ସମାଜ ସେବୀ ବୁଲୁ ଡିଗଲ ସହଯୋଗ କରିଥିଲେ ଓ ଲୋକଙ୍କୁ ଗଛର ସୁରକ୍ଷା ଓ ଉପକାରିତା ବିଷୟରେ ସଚେତନତା କରିଥିଲେ l