ଲହୁଣୀପଡା,୬ା୫: ଗତକାଲି ସଂଧ୍ୟା ୭ ଘଟିକା ସମୟରେ କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶଯେ ସିଆରପିଏଫ ୧୯ ବାଟାଲିୟନର ଯବାନ ରାଜସ୍ଥାନର ରାଜ୍ୟର ରିଚପାଲ ସିଂ (୪୮)କାର୍ଯ୍ୟ କରୁଥିଲେ ।
ସେ ଆଜି ଜାମୁଡିହି କ୍ୟାମ୍ପରେ ଥିବା ସମୟରେ କୌଣସି କାରଣକୁ ନେଇ ନିଜେ ନିଜର ସର୍ଭିସ ବନ୍ଧୁକକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ଏ ବିଷୟରେ ଅନ୍ୟ ଯବାନ ମାନେ ନିକଟସ୍ଥ କେବଲାଙ୍ଗ ଥାନାରେ ଜଣାଇବା ପରେ ତାଙ୍କୁ ଉଦ୍ଧାର କରାଯାଇ ଲହୁଣୀପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।
ଏବିଷୟରେ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବା ସହିତ ଲହୁଣୀପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୟଦ ମଜବୁର ରେହମାନ ଖାନ ଏବଂ କେବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଏହାର ତଦନ୍ତ କରୁଥିବା ଜଣାପଡିଛି । ଶବକୁ ଲହୁଣୀପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସଂରକ୍ଷିତ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।