Odisha news

କୃଷ୍ଣପଡାରେ ଜନୈକ ୫୮ବର୍ଷ କୋଲକତା ଫେରନ୍ତା କରୋନା ଆକ୍ରାନ୍ତ ଯୋଗୁ ୫କିମି ବ୍ୟାସାର୍ଦ୍ଦକୁ କଂଟେନମେଂଟ ଜୋନ କରାଗଲା

0

କୁଆଖିଆ ୬/୫: ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆ ବର ପଂଚାୟତର କୃଷ୍ଣପଡାରେ ଜନୈକ ୫୮ବର୍ଷ କୋଲକତା ଫେରନ୍ତା ନାୟକଙ୍କୁ ନେଇ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପ୍ରଶାସନ ସପୂର୍ଣ୍ଣ ସଜାଗ ରହିଛି । ଗତ କାଲି ତାର ପରୀକ୍ଷାରୁ କରୋନା ଜଣା ପଡିବ ପରେ ପ୍ରସାଶନ ତାଙ୍କୁ କଂଟେନମେଂଟରେ ରଖିଛନ୍ତି । ଆଜି ସକାଳୁ କୃଷ୍ଣପଡା ଗ୍ରାମରେ ପ୍ରଶାସନ ପକ୍ଷରୁ ତନଖି କରାଯାଇ ୩୦ରୁ ଉର୍ଦ୍ଦବ୍ୟକ୍ତିଙ୍କୁ ଆଣି ବିଭିନ୍ନ ଆଇଶୋଲେସନ କେନ୍ଦ୍ରରେ ଭର୍ତୀ କରିଛନ୍ତି ।

ତାଙ୍କ ସହ ମିଶିଥିବା ସମସ୍ତଙ୍କୁ ପରୀକ୍ଷା କରାଯିବ ବୋଲି ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ପ୍ରକାଶ କରିଛନ୍ତି । ଏହା ଛଡା ନଠୁଆବର ପଂଚାୟତର କୃଷ୍ଣପଡା,ଆଦମପୁର,କପାଳି,କୁରକୁରା,ଲଗୁଆ ଆଦି ଅଂଚଳକୁ ସିଲ କରାଯାଇଛି । ଏହାଛଡା ପାଖ ପଡୋଶି ପଂଚାୟତର କିଛି ଗ୍ରାମଉପରେ ନଜର ରଖାଯାଇଛି ।

ବାହାରେ ଥିବା ଲୋକ ଘରକୁ ଆସିବା ପାଇଁ ଅନଲାଇନ ରେ ଆବେଦନ କରିିଥିବାରୁ ସେମାନଙ୍କୁ କୂ୍ୟଆରେଟାଂଇନ ରେ ରଖିବା ପାଇଁ ବ୍ୟବସ୍ତା ଉପରେ ବିଡିଓ ତହସିଲଦାର ଥାନା ଅଧିକାରୀ ନୋଡାଲ ଅଫିସରଙ୍କୁ ସଜାଗ ରହିବାକୁ କହିଥିଲେ । ପାଂଚ ଜଣିଆ ଲେଖାଏ କମିଟି କରି ସେମାନଙ୍କୁ ରନ୍ଦା ଖାଦ୍ୟ ବ୍ୟବସ୍ତା ନେଇମଧ୍ୟ ଆଲୋଚନା କରିଥିଲା । କୃଷ୍ଣପଡାରେ କରୋନା ଯୋଗୁ ରସୁଲପୁର ଓ ଜିଲ୍ଲା ପ୍ରସାଶନ ଏହିସବୁ ଅଂଚଳରେ ତଦନ୍ତ ଜାରିପାଇଁ ସଜାଗ ଅଛନ୍ତି । କୃଷ୍ଣପଡାରେ କରୋନା ଆକ୍ରାନ୍ତ ଯୋଗୁ ୫କିମି ବ୍ୟାସାର୍ଦ୍ଦକୁ କଂଟେନମେଂଟ ଜୋନ କରାଗଲା

Leave A Reply