Odisha news

ଭିଡିଓ କଲକୁ ନେଇ ମାଲିକାଣୀଙ୍କୁ ବ୍ଲାକ ମେଲିଂ: ଡ୍ରାଇଭର ଗିରଫ

0

ଭୁବନେଶ୍ୱର,(ନି.ପ୍ର):ମାଲିକାଣୀଙ୍କ ଭିଡିଓ କଲକୁ ସଂରକ୍ଷିତ କରି ବ୍ଲାକ ମେଲିଂ କରୁଥିବା ଜଣେ ଡ୍ରାଇଭରକୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଗିରଫ ଡ୍ରାଇଭର ହେଲେ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ମହତାବ୍ ରୋଡ୍, ପ୍ଲଟ ନମ୍ବର-୧୫୨୫ର ଅତନୁ ପ୍ରିୟଦର୍ଶୀ ସେନାପତି(୨୩) । ୨୦୧୮ ମସିହାରେ ପଳାଶପଲ୍ଲୀର ଜଣେ ମହିଳାଭ୍କ ଘରେ ଡ୍ରାଇଭର ଭାବେ କାମ କରୁଥିଲେ । ଡ୍ରାଇଭରଙ୍କ ସହ ମାଲିକାଣୀଙ୍କର ଆତ୍ମୀୟତା ବଢିବାପରେ ଉଭୟଙ୍କ ମଧ୍ୟରେ ବଭିିନ୍ନ କଥା ଭାବ ବିନିମୟ ହେଉଥିଲା ।

ଆବଶ୍ୟକମରେ ମାଲିକାଣୀ ଡ୍ରାଇଭରକୁ ଭିଡିଓକଲ୍ କରୁଥିଲେ । ନିକଟତର ସର୍ମ୍ପକର କଥାକୁ ସଂରକ୍ଷିତ କରି ଡ୍ରାଇଭର ନଖରାମି କରିବାରୁ ତାଙ୍କୁ ଚାକିରିରୁ କାଢି ଦିଆଯାଇଥିଲା । ଏହାପରେ ଡ୍ରାଇଭର ଅତନୁଙ୍କ ନକରାମି ବଢିବାରେ ଲାଗିଲା । ମାଲିକିଆଣିଙ୍କ ମୋବାଇଲକୁ ଆପତ୍ତିଜନକ ଭିଓିହ ପଠାଇ ବ୍ଲାକ ମେଲିଂ କରିବା ଆରମ୍ଭ କଲେ । ଏଥିରେ ମାଲିକାଣି ଅତିଷ୍ଠ ହୋଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବାପରେ ମଙ୍ଗଳବାର ଅତନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply