ଭୁବନେଶ୍ୱର,(ନି.ପ୍ର): ଜଣେ ଯୁବତୀଙ୍କ ପ୍ରତାରଣା ଅଭିଯୋଗକୁ ଭିତ୍ତିକରି ଏୟାରଫିଲ୍ଡ ଥାନା ପୋଲିସ ଗଞ୍ଜାମର ଜଣେ ବରକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ।
ଆଳୟ ବିଶୋଇ(୩୨) । ଘର ଗଞ୍ଜାମ ଜିଲ୍ଲା ପାଟପୁରରରେ । ସେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ପ୍ଲାଜାରେ ରୁହନ୍ତି । ବ୍ରହ୍ମପୁରର ଜଣେ ଯୁବତୀଙ୍କ ସହ ୯ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ରଖୁଥିଲେ । ଉଭୟେ ସ୍ୱାମୀ ସ୍ତ୍ରୀ ଭାବେ ଚଳୁଥିଲେ । କ’ଣ ହେଲା କେଜାଣି ଆଳୟ ପ୍ରେମିକାଙ୍କୁ ସ୍ତ୍ରୀ ମାନ୍ୟତା ଦେବା ପରିବର୍ତ୍ତେ ଅନ୍ୟତ୍ର ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
୩୦ ତାରିଖ ମଙ୍ଗନ, ୧ ତାରିଖରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରେମିକା ଏୟାରଫିଲ୍ଡ ଥାନାରେ ବଳକ୍ରାର ଅଭିଯୋଗ କଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତକାରୀ ଅଫିସର ସୋମବାର ବିଳମ୍ବିତ ରାତିରେ ବର ଅନୁକୂଳ କରି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଚଢାଉ କରିଥିଲେ । ଆଳୟଙ୍କୁ ଗିରଫ କରି ଆଣିବାବେଳେ ବନ୍ଧୁବାନ୍ଧବଙ୍କ ପ୍ରତିବାଦ ସ୍ୱର ଉଠିଥିଲା । ପୋଲିସ ପ୍ରତିବାଦକୁ ଏଡାଇ ଆଳୟଙ୍କୁ ଗିରଫ କରି ଆଣିବା ପରେ ମଙ୍ଗଳବାର ଠକେଇ ଓ ବଳକ୍ରାର ଦଫାରେ କୋର୍ଟ ଚାଲାଣ କଲା । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
