ଆୟୁଷ ମେଡ଼ିକାଲ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ୧୫ଦିନରେ ପହଂଚିଲା : ଦଶଦିନ ହେଲା ରାଜ୍ୟର ସମସ୍ତ ଆୟୁଷ କଲେଜ ର ଏକାଡେମୀକ ବ୍ଲକ ଓ ପ୍ରଶାସନିକ ଦପ୍ତର ବନ୍ଦ।
ଗତ ମାସ ୨୫ ତାରିଖ ଠାରୁ ରାଜ୍ୟରେ ଆୟୁଷ ଚିକିତ୍ସା ପ୍ରତି ରାଜ୍ୟ ସରକାରଙ୍କ ଚରମ ଉଦାସୀନତା ମନୋଭାବ ନେଇ ଯେଉଁ ସବୁ ଅସୁବିଧା ରହିଛି ଏସବୁ ଦାବୀ ନେଇ ରାଜ୍ୟର ଚାରୋଟି ସରକାରୀ ହୋମିଓପ୍ୟାଥିକ ଓ ତିନୋଟି ଆୟୁର୍ବେଦିକ ମହାବିଦ୍ୟାଳୟ ର ସମସ୍ତ ହାଉସ ସର୍ଜନ, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ସାଢେ ଚାରି ହଜାର ଛାତ୍ର ଛାତ୍ରୀ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କୁ ଚାଲୁ ରଖିଥିବା ବେଳେ ଗତ ମାସ ୩୧ ତାରିଖ ଗୁରୁବାର ଠାରୁ ରାଜ୍ୟର ସାତୋଟି ସମସ୍ତ ସରକାରୀ ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜ ରେ ସମସ୍ତ ଛାତ୍ର ଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରେଣୀ ବର୍ଜନ ,ଧାରଣା ଶୋଭାଯାତ୍ରା ଆଦି କରି ଆସୁଛନ୍ତି।ଯାହା ଫଳରେ ସାତୋଟି ଆୟୁଷ ମେଡ଼ିକାଲ କଲେଜ ର ପ୍ରଶାସନିକ ଦପ୍ତର ଓ ଏକାଡେମୀକ ବ୍ଲକ ସମ୍ପୂର୍ଣ ବନ୍ଦ ରହିଛି। ଏପରିକି ବର୍ତ୍ତମାନ ଓଜେଇ ଅଧୀନରେ ଚାଲିଥିବା ନୂତନ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଛାତ୍ର ଛାତ୍ରୀ ଙ୍କ ନୂତନ ଆଡ଼ମିସନ ପ୍ରକିୟାରେ ଘୋର ଅସୁବିଧା ପରିଲକ୍ଷିତ ହୋଇଛି।
ରାଜ୍ୟରେ ମୋଟ ୫୬୨ଟି ହୋମିଓପ୍ୟାଥିକ ଦିସ୍ପେନସାରି ଥିବା ବେଳେ ୬୧୯ଟି ଆୟୁର୍ବେଦ ଦିସ୍ପେନସାରି ୨୦୦୨ମସିହାରୁ ରହିଛି।ଦୀର୍ଘ୨୧ବର୍ଷ ଧରି ରାଜ୍ୟ ସରକାର ଆଉ ନୂଆ ଆୟୁଷ ଦିସ୍ପେନସାରି ଖୋଲି ନ ଥିବା ଦୁଃଖଦ ଘଟଣା।୧୯୯୬ମସିହା ପରଠାରୁ ବୟସ ଅତିକ୍ରମ କରିଥିବା ଦଶ ହଜାର ରୁ ଉର୍ଦ୍ଧ୍ବ ବହୁ ସ୍ନାତକ ଡିଗ୍ରୀ ଧାରୀ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ରାଜ୍ୟରେ ବେକାର ହୋଇ ସ୍ଥାୟି ଚାକିରୀ ଅପେକ୍ଷା ରେ ବସିଛନ୍ତି।ସେମାନଙ୍କ ପାଇଁ ନା ଷ୍ଟାଇପେଣ୍ଡ ବ୍ୟବସ୍ଥା କିମ୍ବା ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।କେବଳ ପ୍ରତେକ ବର୍ଷ ରାଜ୍ୟ ସରକାର ଏଲୋପାଠୀଙ୍କ ବ୍ୟବସ୍ଥା ର ଉତ୍ତୀର୍ଣ୍ଣ ପାଇଁ ପ୍ରତେକ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି।ଗତ ଛଅ ବର୍ଷ ମଧ୍ୟରେ ଆଠଟି ନୂଆ ଏମ ବି ବି ଏସ କଲେଜ ଠିଆ କରିଥିବା ବେଳେ ଆସନ୍ତା ସମୟରେ ପ୍ରତ୍ୟେକ ଜିଲ୍ଲାରେ ଆହୁରି ନୂତନ ଏମ ବି ବି ଏସ ମେଡ଼ିକାଲ କଲେଜ ଖୋଲିବା କୁ ଲକ୍ଷ୍ୟ ରଖିଛନ୍ତି ବୋଲି କହୁଛନ୍ତି।କିନ୍ତୁ ଆୟୁଷ ଶିକ୍ଷା ,ଚିକିତ୍ସା ଓ ନିଯୁକ୍ତିବେଳେ ଆୟୁଷ କ୍ଷେତ୍ରରେ ନିଷ୍କ୍ରିୟତା ପ୍ରଦର୍ଶନ କରିଛନ୍ତି।ରାଜ୍ୟରେ ଦୀର୍ଘ୨୧ବର୍ଷ ଧରି ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ କଣ କରୁଥିଲା ସେ ନେଇ ସମସ୍ତେ ଆଙ୍ଗୁଳି ପ୍ରଦର୍ଶନ କରିଛନ୍ତି। ଯଦି ରାଜ୍ୟ ସରକାର ଆୟୁଷ ର ଉର୍ଣ୍ଣଟି ଚାହୁଁନାହାନ୍ତି ତେବେ ରାଜ୍ୟର ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ଓ ସମସ୍ତ କଲେଜ ବନ୍ଦ କରି ଦିଅନ୍ତୁ ବୋଲି ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ଏକ ବିବୃତି ରେ କହିଛନ୍ତି। ତୁରନ୍ତ ଆୟୁଷ ଛାତ୍ର ଛାତ୍ରୀ ଙ୍କ ହାଉସ ସର୍ଜନ ଭତ୍ତା ବୃଦ୍ଧି, ତୁରନ୍ତ ସ୍ଥା ୟି ନିଯୁକ୍ତି ସୁଯୋଗ, ଆୟୁଷ କଲେଜ ର ଭିତ୍ତିଭୂମି ବିକାଶ ଓ ପ୍ରେତ୍ୟକ ବର୍ଷ ୨୦୦ଗୋଟି ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଆୟୁଷ ଏମ ଓ ପୋଷ୍ଟ ସୃଷ୍ଟି କରି ନିଯୁକ୍ତି ପକ୍ରିୟା ମାଧ୍ୟମରେ ୨୧ବର୍ଷ ଅପେକ୍ଷା ର ଅନ୍ତ ଘଟାଇତୁରନ୍ତ ଆୟୁଷ ମେଡ଼ିକାଲ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ର ଅନ୍ତ ଘଟାଇବାକୁ ଅନୁରୋଧ କରିଛନ୍ତି।ଦୀର୍ଘ୧୫ ଦିନ ବର୍ଷା, ଖରା ରେ ଆନ୍ଦୋଳନ କରି ବିଭିନ୍ନ ଆୟୁଷ ମେଡ଼ିକାଲ ଛାତ୍ର ଛାତ୍ରୀ ଜ୍ୱର, ଥଣ୍ଡା, ନିମୋନିଆ ରେ ଆକ୍ରାନ୍ତ ହେଲେଣି ତୁରନ୍ତ ସରକାର ଆଲୋଚନା କରି ଆୟୁଷ ଛାତ୍ର ଛାତ୍ରୀ ଙ୍କ ସମସ୍ୟା ଦୂର କରିବା ସାଧାରଣ ରେ ଦାବୀ ହେଉଛି। ଏହି ଆୟୁଷ ଆନ୍ଦୋଳନ କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମର୍ଥନ ହେଉଛି।
