ସାକ୍ଷୀଗୋପାଳ : ଆଜି ପୂର୍ବାହ୍ନ ପ୍ରାୟ 10 ଟା ସମୟରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ ରାସ୍ତା ପାର୍ଶ୍ୱରେ ହଠାତ ଦବି ଯାଇଥିଲା l ଏହି ଦୁର୍ଘଟଣାରେଭୁବନେଶ୍ୱର ଅଭିମୁଖେ ଯାଉଥିବା ସୁଆଣ୍ଡୋ ଗ୍ରାମର ଭବାନୀ ଶଙ୍କର ଦାସ ଆହତ ହୋଇଥିଲେ l ଚିକିତ୍ସା ନିମନ୍ତେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ଶ୍ରୀଯୁକ୍ତ ଦାସ ସୁସ୍ଥ ଅଛନ୍ତି l ଦୁର୍ଘଟଣାଗ୍ରସ୍ତ ମୋ ବସଟି ଦୁର୍ଘଟଣାସ୍ଥଳରେ ରହିଅଛି l ଫଟୋ ୧ l
