ଛତ୍ରପୁର,୧୩/୫ : କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲା ମିସନ୍ଶକ୍ତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ଫଣ୍ଡକୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ମସିନ୍ଶକ୍ତି ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ପ୍ରଦାନ କରାଯାଇଛି । ମସିନ୍ଶକ୍ତିର ଜିଲ୍ଲା ସଂଯୋଜକ ଶାଶ୍ୱତ୍ କୁମାର ସାହୁ ଏହି ଅର୍ଥରାଶିର ଚେକ୍ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ ହସ୍ତାନ୍ତର କରିଥିଲେ ।