Odisha news

ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା

0

କୋରେଇ ୨୪ା୦୫  କୋରେଇ ବ୍ଳକ ଅନ୍ତର୍ଗତ ଅମୃତିଆ ପଂଚାୟତ ହଟପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୋଲା ଯାଇଥିବା ସଂଗରୋଧ କେନ୍ଦ୍ରରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଶୁଣିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ରହୁଥିବା ଅନ୍ତେବାସୀମାନେ ଭିଡିଓ ଭାଇରାଲ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ କୋରେଇ ବିଡିଓ ସ୍ୱେତା ସ୍ନିଗ୍ଧା ତୁରନ୍ତ ଜିପିଓଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ ।

ଜିପିଓ ଘଟଣା ସ୍ଥଳରେ ପହଁଚି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ । ଏହି ସଂଗରୋଧ କେନ୍ଦ୍ରରେ ୩ ଜଣ ବାଙ୍ଗାଲୋର ଫେରନ୍ତା, ୩ ଜଣ ହାଇଦ୍ରାବାଦ ଫେରନ୍ତା, ୫ ଜଣ ଆନ୍ଦ୍ରା ଫେରନ୍ତା, ୧ ଜଣ ତାମିଲଲାଡୁ ଫେରନ୍ତାକୁ ମିଶାଇ ମୋଟ ୧୨ ଜଣ ରହୁଛନ୍ତି । ସଂଗରୋଧ କେନ୍ଦ୍ରରର ବାରଣ୍ଡାରେ କୌଣସି ଇଲେକ୍ଟ୍ରିର ସୁବିଧା ନଥିବାରୁ ଅନ୍ତେବାସୀ ମାନେ ଅନ୍ଧାରରେ ରହୁଥିବାକୁ ନେଇ ପଂଚାୟତ କର୍ତୃପକ୍ଷଙ୍କୁ ଅବଗତ କଲାପରେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।

ଗତ କାଲି ସନ୍ଧ୍ୟାରେ ସଂଗରୋଧ ପରିସରରେ ଏକ ବିଷଧର ସାପକୁ ଦେଖିବା ପରେ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନେ ଭୟଭିତ ହୋଇଯାଇଥିଲେ । ଏହାକୁ ଭିଡିଓ କରି ଭାଇରାଲ କରିଥିଲେ । ଯାହାକୁ ନେଇ ଜିପିଓ ଘଟଣା ସ୍ଥଳରେ ପହଁଚି ଅନ୍ତେବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହ ଆଜି ଇଲେକ୍ଟି୍ର ସମସ୍ୟାକୁ ମଧ୍ୟ ଦୂର କରିଥିବା ଅନ୍ତେବାସୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜଣେ ପ୍ରବାସୀ ୯ ଦିନ ହେଲା ସଂଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନାହିଁ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବାରମ୍ବାର କହିବା ପରେ ମଧ୍ୟ କେହି ସୁଣୁନଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply