Odisha news

ପୂର୍ବ ଶତ୍ରୁତା କୁ ନେଇ ମାରପିଟ: ଚାରି ଗିରଫ

0

ଆସିକା : ସ୍ଥାନୀୟ ଥାନା ଅନ୍ତର୍ଗତ ଦନ୍ତାରି ବଗଡ ଗ୍ରାମରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଅଭିଯୋଗ ରେ ପୋଲିସ ଉଭୟ ପକ୍ଷ ର ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିଛି।୨୨ ତାରିଖ ରାତି ରେ ବଳରାମ ଜେନା ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗ୍ରାମର ନାରାୟଣ ବରାଡ,ତପନ ବିଷୋୟୀ, ଆଦିକନ୍ଦ ବିଷୋୟୀ, ଭାବଗ୍ରାହୀ ବିଷୋୟୀ  ଗାଁ କୋଠ ଘର ପାଖ କୁ ଡାକି ନେଇ ଠେଙ୍ଗା ରେ ଆକ୍ରମଣ କରିଥିଲେ ।

ମୁଣ୍ଡ ରେ ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇ ବଳରାମ ଅଚେତ ହୋଇ ପଡିବା ପରେ ଆକ୍ରମଣ କାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସମ୍ପର୍କୀୟ ପୁତୁରା ଶ୍ରୀକାନ୍ତ ର ଅଭିଯୋଗ କୁ ନେଇ ଥାନା କେସ ନ  ୨୭୭/୨୦ ରେ ପୋଲିସ ମାମଲା ରୁଜୁ କରିଛି। ଗୁରୁତର ଆହତ ବଳରାମ କଟକ ଏସ ସି ବି ମେଡିକାଲ୍ କଲେଜ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ବେଳ ପୋଲିସ ନାରାୟଣ,ତପନ,ଭାବଗ୍ରାହୀ ଙ୍କୁ ଗିରଫ କରିଛି।

ସେହିଭଳି  ୨୨ ତାରିଖ ଦିନ ଆଦିକନ୍ଦ ବିଷୋୟୀ ଙ୍କୁ ପର୍ଶୁରାମ ଜେନା ଓ ସୁଶାନ୍ତ ଜେନା ମରଣାନ୍ତକ ଆକ୍ରମଣ କରିଥିବା ପୁଅ ଭାବଗ୍ରାହୀ  ଆସିକା ଥାନାରେ ଅଭିଯୋଗ କରିଥିଲେ ଓ ଥାନା କେସ ନ  ୨୭୮/୨୦ ରେ ପୋଲିସ ମାମଲା ରୁଜୁ କରିଛି। ଆହତ ଆଦିକନ୍ଦ ଆସିକା ରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ  ଅଭିଯୁକ୍ତ ସୁଶାନ୍ତ ଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହା ଘଟିଥିବା କୁହା ଯାଉଥିବା ବେଳେ ଉଭୟ ପକ୍ଷର ଚାରି ଜଣଙ୍କୁ କୋର୍ଟ ଚାଲାଣ କରି ଘଟଣା ର ସବିଶେଷ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Govt
Leave A Reply