ବିଦୁ୍ୟତ୍ ବଣ୍ଟନ କ୍ଷେତ୍ରରେ ନିୟୋଜିତ ଥିବା ଘରୋ କମ୍ପାନୀଗୁଡିକ ଲାଗି ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ସରକାର ସେମାନଙ୍କ ଲାଗି ଆଜି ଘୋଷିତ ପ୍ୟାକେଜରେ ୯୦ ହଜାର କୋଟି ଟଙ୍କା ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି । ଅନେକ ରାଜ୍ୟରେ ବିଦୁ୍ୟତ୍ ବଣ୍ଟନ ଦାୟିତ୍ୱରେ ଥିବା କମ୍ପାନୀଗୁଡିକ କ୍ଷତିରେ ଚାଲୁଛନ୍ତି । ଫଳରେ ବିଦୁ୍ୟତ୍ ଉକ୍ସଊାଦନ କରୁଥିବା ସଂସ୍ଥାଗୁଡିକୁ ସେମାନେ ଅର୍ଥ ପୈଠ କରିପାରୁନାହାନ୍ତି । ଉଭୟ କ୍ଷେତ୍ରରେ କ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି ଏହି କମ୍ପାନୀଗୁଡିକ ଲାଗି ୯୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।