ଈୁବନ ତା : କରୋନା ମହାମାରୀ ସଂକଟ ପାଇଁ ଦେଶରେ ଜାରି ହୋଇଛି ଲକଡାଉନ । ସରକାରଙ୍କ ନିଦେ୍ର୍ଦଶରେ ଦୋକାନ ବଜାର ବନ୍ଦ ରହିଛି । ଦୋକନାୀ ମାନେ ଆର୍ଥିକ ସଂକଟ ଦେଇ ଗତି କରିଛନ୍ତି । ଦୋକାନୀଙ୍କ ଦୁଃଖକୁ ଦ୍ୱଗୁଣିତ କରିଦେଇଛି ଚୋରଙ୍କ ଉତ୍ପାତ । ଏଭଳି ଏକ ଘଟଣାର ଶୀକାର ହୋଇଛନ୍ତି ଦିବ୍ୟାଙ୍ଗ ରଘୁ ସେଠୀ (୬୦) । ଲକଡାଉନ ଭାଙ୍ଗିଦେଲା ପେଟ ପୋଶିବାର ସମସ୍ତ ବାଟ । ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ପାଚେରୀ କଡରେ ପାଲ ଖଣ୍ଡେ ଟାଙ୍ଗି ସାଇକେଲ ମରାମତି କରୁଥିଲେ ରଘୁ ।
ଦୋକାନ ବନ୍ଦ ଯୋଗୁ ସରକାରଙ୍କ ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଦିନକୁ ଦୁଇ ଓଳା ଖାଇବାକୁ ମିଳୁଥିଲା ରଘୁଙ୍କୁ । ଲକଡାଉନର ତୃତୀୟ ପର୍ଯ୍ୟାୟରେ ଛୋଟମୋଟ ଦୋକାନ ଖୋଲାଯିବା ପରେ ରଘୁ ନଜିର ପସରା ମେଲିଥିଲା । ସେ କଣ ଜାଣି ଥିଲା ତାର ଛୋଟ ପସରାଟିକୁ କେହି ଚୋରୀ କରି ନେଇଯାଇଥିବ । ଗତ ସପ୍ତାହରେ କେହି ଦୁବୃର୍ତ ସାଇକେଲ ମରାମତି ନିମନ୍ତେ ଥିବା ସରଜ୍ଞାମ ବାକ୍ସଟି ଚୋରାଇ ନେଇଛି । ଏହି ମରାମତି ଦୋକାନରୁ ଦୈନିକ ୧୦୦ରୁ ୧୫୦ ଟଙ୍କା ରୋଜଗାର କରି ୪ ଜଣିଆ ପରିବାର ଚଳାଉଥିଲେ ରଘୁ ।
ଏଭଳି ଏକ ଦୁଃଖ ସମୟରେ ତୃପ୍ତି ପାଠାଗାର ସହଯୋଗରେ ରଘୁଙ୍କୁ ସହାୟତାର ହାତ ବଢାଇଛନ୍ତି ୧୯୯୦ ମାଟ୍ରିକ ବ୍ୟାଚ ଅଗ୍ରଣୀ ଯୁବକ ସୁନିଲ ଅଗ୍ରୱାଲ । ତାଙ୍କର ବିବାହ ବାର୍ଷିକକୁ ସ୍ମୃତି ଭାବେ ମନେ ରଖିବାକୁ ସାଇକେଲମରାମତି ନିମନ୍ତେ ଆବସ୍ୟକ ସମସ୍ତ ସରଜ୍ଞାମ ବୁଧବାର ଅପରାହ୍ନରେ ତୃପ୍ତିପାଠାଗାର ପ୍ରାଙ୍ଗଣରେ ପ୍ରଦାନ କରାଯାଇଥିଲା ।
ଏହି ସମୟରେ ତୃପ୍ତିପାଠାଗାର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ , ତ୍ରିଦେବ କଲେଜର ଭାଇସ ପ୍ରନିସପାଲ ପ୍ରଫେସର ଡଃ ସୁବାସ ଚନ୍ଦ୍ର ନାୟକ , ଲକ୍ଷଣ ଦାସ , ୧୯୯୦ ବ୍ୟାଚ ର କୋଅଡିନେଟର ବିଶ୍ୱନାଥ ସାହୁ , ପୂର୍ବତନ କାଉନସିଲର ମାୟାଧର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।