Odisha news

ମହା ବିଷୁବ ପଣାସଂକ୍ରାନ୍ତି ରେ ମା କୁ ଦର୍ଶନ କଲେ ଲକ୍ଷାଧିକ ମାତୃପ୍ରେମୀ

0
ଢ଼େଙ୍କିକୋଟ ତା ୧୪/୪/୨୪ : ଜଗତ ଜନନୀ କେନ୍ଦୁଝର ଜିଲ୍ଲା ର ଆରାଧ୍ୟ ଦେବୀ ମା ତାରିଣୀ ୮୮ ତମ ଚଇତିପର୍ବ ଅବସରରେ ଆଜି ଥିଲା ଷଷ୍ଠ ଦିବସ l ଆଜି ମହା ବିଷୁବ ପଣାସଂକ୍ରାନ୍ତି ସହିତ ମା ତାରିଣୀ କଂ ଚଇତିପର୍ବ ଓ ଜନ୍ମଦିନ l ପ୍ରାତଃ ସମୟରେ ମା କଂ ସ୍ନାନ, ସୁନାବେଶ,ସହିତ ଦେବୀ ସ୍ତୁତି,ଗିତାପାଠ,ହୋମୋଯଜ୍ଞ,ନିତିକାର୍ଯ୍ୟ,ପୁଜାଚର୍ନା ଯଥାବିଧି ନିଷ୍ଠାର ସହିତ ଦେହୁରୀ ମାନେ କରିଥୁଲେ l ପରେ ପରେ ମାତୃପ୍ରେମି ମାନେ ମା କୁ ଦର୍ଶନ କରିଥିଲେ l ପ୍ରାତଃ ଚାରିଟା ସମୟରୁ ହଜାର ହଜାର ଭକ୍ତ ଲାଇନ୍ ରେ ଛିଡାହୋଇ ହାତରେ ଭୋଗ ଡାଲା ଧରି ମା କୁ ଦର୍ଶନ କରିଥିଲେ l ଭକ୍ତ ମାନଙ୍କପାଇଁ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାସନିକ ଅଧିକାରି ଓ ଘଟଗାଁ ଥାନା ତରଫରୁ ସବୁ ବ୍ୟବସ୍ତା କରାଯାଇଥିଲା l ଲକ୍ଷ୍ୟାଧିକ ମାତୃପ୍ରେମୀ ଆଜି ମା କୁ ଦର୍ଶନ କରିଥିଲେ l ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ, ପଣା, ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଥିଲା l ସାଂସ୍କୃତିକ ମଂଚରେ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଜିଲ୍ଲା ଯାଦବ ସଂଘ ତରଫରୁ ପଣା ବଣ୍ଟନ କରାଯାଇଥିଲା l ପ୍ରଶ୍ନମଂଚ କାର୍ଯ୍ୟକ୍ରମ ରେ ଭକ୍ତବୃନ୍ଦକୁ ସଠିକ୍ ଉତ୍ତର ଦାତାକୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଆଜି ମା ତାରିଣୀ ସେବା ସମିତି ତରଫରୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା l ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକାରି ଦିଲ୍ଲିପ କୁମାର ନାୟକ କଂ ତତ୍ୱାବଧାନରେ ଓ ନିର୍ଦେଶନାରେ ପୋଲିସ୍ ପ୍ରଶାସନିକ ଅଧିକାରି ମାନେ ସଫଳତାର ସହିତ ନିଜ କାର୍ଯ୍ୟ କୁ ସମ୍ପାଦନା କରିଥିଲେ l
Leave A Reply