ବ୍ରହ୍ମପୁର: ମେରୁ ସଙ୍କ୍ରାନ୍ତୀ ଓ ହନୁମାନ ଜୟନ୍ତି ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଦଣ୍ଡ କାଳୀ ଓ ହନୁମାନ ମନ୍ଦିର ଗୁଡ଼ିକ ପ୍ରବଳ ଭିଡ ହୋଇଛି। ମନ୍ଦିର ମାନଙ୍କରେ
ଫୁଲ ମାଳ,ତୋରଣ ଓ ଆଲୋକ ମାଳାରେ ସଜେଇ ଦିଆଯାଇଛି। ଗତ ମାର୍ଚ୍ଚ ମାସ ୨୫ ତାରିଖ ଠାରୁ ୨୧ ଦିନିଆ ଦଣ୍ଡନାଚ ଓ ଚଳିତ ମାସ ୨ ତାରିଖ ଠାରୁ ଆରମ୍ଭ ସୋଇଥିବା ୧୩ ଦିନିଆ ଦଣ୍ଡନାଚରେ ଢୋଲ,ମହୁରୀ,ଘଣ୍ଟ,ଘଣ୍ଟା ସହ କଳାରୁଦ୍ର ମଣିକୁ ଭଜହେ ଓ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମସ୍ତ ଅଞ୍ଚଳ। ମେରୁ ସଙ୍କ୍ରାନ୍ତୀ ଯାତ୍ରା ସାଙ୍ଗକୁ ମହାବୀର ହନୁମାନ ଜୟନ୍ତୀ
ସହର ର ରାମଲିଙ୍ଗେଶ୍ବର ସଙ୍କଟ ମୋଚନ ହନୁମାନ ମନ୍ଦିର, ହନୁମାନ ବଜାର ହନୁମାନ ମନ୍ଦିର, ବାବାଜୀ ତୋଟା ସାହି ହନୁମାନ ମନ୍ଦିର, ହିଲ ପାଟଣ,ଗୁଡସେଡ ରୋଡ, ନେହେରୁ ନଗର, ବ୍ରାହ୍ମ ନଗର,ନିଳାଞ୍ଚଳ ନଗର, ଗଜପତି ନଗର,ଅନ୍ଧ ପସରା ରୋଡ ସମେତ ମଣ୍ଡିଆ ପଲ୍ଲୀ ହନୁମାନ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ହନୁମାନ ଚାଳିଶା,ସୁନ୍ଦରାକାଣ୍ଡ ପାରାୟଣ
କରିବା ନିମନ୍ତେ ଆସିଥିବା ବେଳେ ସେମାନଙ୍କୁ ପାଠ କରିବା ନିମନ୍ତେ ଆସନ ବ୍ୟବସ୍ଥା ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯେଗୁ ଫେନ ଓ କୁଲର ର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ହନୁମାନ ମନ୍ଦିରରେ ସକାଳ ଭୋର ସାଢେ଼ ୪ଟାରୁ ମହାପ୍ରଭୁଙ୍କୁ ସ୍ନାନ, ମହାସ୍ନାନ,ସିନ୍ଦୁର ତୈଳ ଅଭିଷେକ ଓ ବାଳଭୋଗ, ଆରତୀ ପରେ ଭିତର ବେଢା ଓ ବାହାର ବେଢାରେ ପୂଜା ଅର୍ଚ୍ଚନା ପରେ ଆଳତୀ କରାଯାଇ ଥିବା ବେଳେ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା। ସେହିପରି ପ୍ରସିଦ୍ଧ ଦଣ୍ଡନାଚ ଆରମ୍ଭ ହୋଇ ଥିବା ବେଳେ ଆଜି ମେରୁ ଯାତ୍ରା ସମାପନ ହୋଇଛି। ଏହି ଦଣ୍ଡ ଯାତ୍ରା ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ଦେଖୁବାକୁ ମିଳିଛି। ଏପ୍ରିଲ ମାସ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଉଦଯାପନୀ ଅବସରରେ ଭୁକ୍ତା ମାନଙ୍କ ପକ୍ଷରୁ ଧଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ କରାଯାଇ ଥିବା ବେଳେ ଅପରାହ୍ନରେ ମୁଖ୍ୟ ଭୁକ୍ତାଙ୍କୁ ମେରୁ ଖୁଣ୍ଟରେ ଝୁଲା ଯାଇ ଦଣ୍ଡ ଉପରେ ଝୁଣା ମାଡ ମରା ଯାଉଛି। ଏହି ନାଚର ପାରମ୍ପାରିକ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଆଜି ସ୍ଥାନୀୟ ହରିଡାଖଣ୍ଡି, ପାଣିଗ୍ରାହୀ ପେଣ୍ଠ, ନୂଆଁ ବସଷ୍ଟାଣ୍ଡ ,ପାତାଳେଶ୍ବର, ଗୋସାଣୀ ନୂଆଁଗା,ବ୍ରଜ ନଗର,ବିଜିପୁର ଆଦି ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲାର ଆସିକା,କାଳଷଣ୍ଢପୁର,ପିତଳ କବିସୂର୍ଯ୍ୟନଗର,ଦୀଗପହଣ୍ଡି,ପୁରୁଷୋ ତ୍ତମପୁର,ହିଞ୍ଜିଳି
ପୋଲସରା,ବୁରୁପଡା,ପାଟପୁର,ଛତ୍ରପୁର, ଏରେଣ୍ଡ୍ରା,ସାରୁ,ଖଣ୍ଡାରା,ଧରାକୋଟ, ଜାହାଡା ସମେତ ବହୁ ଗ୍ରାମରେ ଏହି ହର ଗୈାରୀଙ୍କୁ ଧରି ଢୋଲ,ମହୁରୀ,ଘଣ୍ଟ, ଘଣ୍ଟା ସହ କଳାରୁଦ୍ର ମଣିକୁ ଭଜହେ ରେ ଭୁକ୍ତା ମାନଙ୍କ ପକ୍ଷରୁ ମାନସିକ ଧାରି ଭକ୍ତ ମାନଙ୍କ ଘର ଆଗରେ କୁମ୍ଭ ଢାଳି ଆରମ୍ଭ କରି ଥିବା ବେଳେ ଅପରାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ ପରେ ମେରୁ ଖୁଣ୍ଟରେ ଝୁଲା ଯାଇ ଥିଲା।ମଧ୍ୟ ରାତ୍ରୀରେ ଅନ୍ନ ପ୍ରଶ୍ନ କରିଥାଆନ୍ତି। ଏହି ଅବସରରେ ସମସ୍ତ ମନ୍ଦିରରେ ମେରୁ ଖୁଣ୍ଟରେ ଝୁଲା ଯାଇ ଥିଲା ଏହି ପରମ୍ପରା ରହିଛି ବୋଲି ହରିଡ଼ାଖଣ୍ଡି ପାଟଭୂକ୍ତା ହରି କୃଷ୍ଣ ତ୍ରୀପାଠୀ କହିଛନ୍ତି।