ଧର୍ମଶାଳା : କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଧର୍ମଶାଳା ଅଂଚଳରେ ଶନିବାର ୧୪ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ଜଣ ଟିଏମସିରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଲୋକାଲ କେଶ ଓ ଅନ୍ୟ ଜଣେ ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସୁଦ୍ଧା ଧର୍ମଶାଳା ବ୍ଲକରେ ପଜେଟିଭ ସଂଖ୍ୟା ୩୭ରେ ପହଁଚିଛି । ଏମାନଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫ ଜଣ ବିଭିନ୍ନ କୋଭିଟ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ।
ଆଜି ଚିହ୍ନଟ ମାନଙ୍କ ମଧ୍ୟରେ ଅରାବଳ ପଂଚାୟତର ଅରାବଳ ଗ୍ରାମର ୬୨ବର୍ଷ ମହିଳା, ୬୦ ବର୍ଷ ମହିଳା,୧୭ ମହିଳା ଓ ୨୧ବର୍ଷ ମହିଳା ରହିଥିବା ବେଳେ ଏହି ପଂଚାୟତ ଉଦୟନଗର ଗ୍ରାମର ୨୯ ବର୍ଷିୟ ୨ ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି କଦମପାଳ ପଂଚାୟତର କଦମପାଳ ଗ୍ରାମରୁ ୧୮ ବର୍ଷ ଜଣେ ମହିଳା ଚିହ୍ନଟ ହୋଇଥିବା ବେଳେ ରାୟଧରାପୁରର ୨ ଜଣ ପୁରୁଷ ଯଥାକ୍ରମେ ୬୩ ଓ ୨୮ ବର୍ଷ ବୋଲି ଜଣାପଡିଛି ।
ମୋହନପୁର ଗ୍ରାମର ୨ ଜଣ ମହିଳା ୩୪ ଓ ୭ ବର୍ଷ ହୋଇଥିବା ବେଳେ ୨ଜଣ ପୁରୁଷ ଯଥାକ୍ରମେ ୩୯ ଓ ୨୩ ବର୍ଷ ବୋଲି ଜଣାଯାଇଛି । ଏହି ଘଟଣା ଜଣାପଡିବା ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା,ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଧିର ସାହୁ ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସେଠାରେ ପହଂଚି ପଜେଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ଟ୍ରାଭେଲ ହିସ୍ଟ୍ରି ପଚାରି ବୁଝିଥିଲେ । ପରେ ଅରାବଳ ପଂଚାୟତର ରାୟଧରପୁର ଗ୍ରାମରୁ ଜଣେ ଲୋକାଲ କେଶ ବାହାରିଥିବାରୁ ପଂଚାୟତର ୬ ନମ୍ବର ୱାର୍ଡକୁ ଆଜି ୧୪ ଦିନ ପାଇଁ କନଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ କନଟେନମେଂଟ ଜୋନରେ ରହୁଥିବା ଲୋକେ ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାର ଅଂଚଳ ଲୋକ ଉକ୍ତ ଅଂଚଳକୁ ପ୍ରବେଶ କରିପାରିବେ ନାହିଁ । ତେବେ ଏହି ଅଂଚଳର ଲୋକମାନଙ୍କୁ ଅତ୍ୟବଶ୍ୟକୀୟ ସାମଗ୍ରୀ ଯୋଗଇ ଦେବା ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ଏଠାରେଥିବା ଟିଏମସି ଓ ୬ ନମ୍ବର ୱାଡର କିଛି ଅଂଚଳକୁ ସାନିଟାଇଜ କରାଯାଇଛି ।