Odisha news

ଉଦୟଗିରି : କେଲୁଅ ନଦୀରେ ଭାସି ଯାଇ ମହିଳା ମୃତ

0

ଉଦୟଗିରି : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜନକଗ୍ରାମରେ କେଲୁଅ ନଦୀରେ ଭାସି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଏହି ଗ୍ରାମର କଳ୍ପନା ସାମଲ(୩୭) । ମୃତ କଳ୍ପନା ଆଜି ସକାଳେ ଗାଧୋଇବା ପାଇଁ ନଦୀକୁ ଯାଇଥିବା ସମୟରେ ପ୍ରଖର ସୁଅରେ ଭାସି ଯାଇଥିଲେ । ଗ୍ରାମବାସୀ ମାନେ ବହୁ ଖୋଜା ଖୋଜି କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ ।

ତେବେ କିଛି ସମୟ ପରେ ଗ୍ରାମବାସୀ ମାନେ କଳ୍ପନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଳ୍ପନାଙ୍କ ଏହି ଅକାଳ ବିୟୋଗରେ ଜନକରେ ଶୋକର ଛାୟା ଖେଳିଯାଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Leave A Reply