Odisha news

ଧର୍ମଶାଳା : କେନାଲ ସଫେଇ ଲାଗି ପ୍ରଶାସନକୁ ଗୁହାରୀ କରି ବିଫଳ ହେବା ପରେ ନିଜସ୍ୱ ଉଦ୍ୟମରେ ମେସିନ ଲଗାଇ ସଫା କରିବା ପାଇଁ ଅନୁମୋତି ମାଗିଲେ ଚାଷୀ

0

ଧର୍ମଶାଳା : କୃଷି ଓ କୃଷକର ବିକାଶ ଲାଗି ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ଏବଂ ଏଥି ଲାଗି କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି । ହେଲେ ପ୍ରକୃତ ପକ୍ଷେ ଏହାର ସଠିକ ରୁପାୟନ ନହେବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତ କାଣ୍ଡସରା ଅଂଚଳରେ ।

ଉଦବୃତ ବର୍ଷା ଜଳ ଓ ବନ୍ୟାଜଳ ନିଷ୍କାସନ ପାଇଁ ଏଠାରେ ଥିବା କେନାଲଟି ଦୀର୍ଘ ବର୍ଷ ହେଲା ମରାମତି କରା ନଯିବାରୁ ଏହା ପୋତି ହୋଇ ପଡିଛି । କେନାଲରେ ଅନାବନା ଗଛ ଉଠିବା ସହିତ ମାଟି କାଦୁଅରେ ପୋତି ହୋଇପଡିଛି । ଫଳରେ ବର୍ଷା ଦିନରେ ଏଅଂଚଳରୁ ପାଣି ନିଷ୍କାସନ ନହୋଇ ପାରିବାରୁ ଚାଷ ଜମି ଜଳମଗ୍ନ ହେବା ଫଳରେ ଫସଲ ହେବା ଅସମ୍ଭବ ହୋଇପଡୁଛି ।

ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏଭଳି ପରିସ୍ଥିତି ଉପୁଜୁଛି । କେନାଲର ମରାମତି ଲାଗି ଗ୍ରାମବାସୀମାନେ  ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ପ୍ରଶାସନ ନଶୁଣିବାରୁ ଚାଷୀମାନେ ଏକତ୍ରିତ ହୋଇ ନିଜସ୍ୱ ଉଦ୍ୟମରେ ମେସିନ ସାହାଯ୍ୟରେ କେନାଲ ସଫା କରିବା ପାଇଁ  ଯୋଜନା କରିଛନ୍ତି । ତେବେ ମେସିନ ସାହାଯ୍ୟରେ କେନାଲ ସଫା କରିବା ଲାଗି ଚାଷୀମାନେ ବିଭାଗୀୟ କତୃପକ୍ଷଙ୍କ ଅନୁମତି ଲୋଡିଛନ୍ତି । ଆଜି ଗ୍ରାମର କେତେକ ଚାଷୀ ଜାରକାସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ପହଁଚି ଏସମ୍ପର୍କରେ ଅନୁମତି ପ୍ରଦାନ ଲାଗି ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ତାଙ୍କ ଦାବି ପୂରଣ କରା ନଗଲେ ସେମାନେର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply