ନୂଆଦିଲ୍ଲୀ : କୋଭିଡି-୧୯ ରେ ମୃତ୍ୟୁ ବାରଣ କରୁଥିବା ଲୋକ ମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି l ମହମଦ ସମୀର ଆନସାରୀଙ୍କର ମୃତ୍ୟୁ କରୋନା କାରଣରୁ ହୋଇଥିଲା l ସେ ଝାରଖଣ୍ଡର ଜାମସେତପୁର ଅଞ୍ଚଳର ବାସିନ୍ଦା ଅଟନ୍ତି l ତାଙ୍କର ମୃତ୍ୟୁ ପରେ ଡାକ୍ତର ଖାନା କତୃପକ୍ଷ ତାଙ୍କ ମର ଶରୀରକୁ ପଲିଥିନରେ ଗୁଡ଼ାଇ ଜାମସେତପୁର ପଠାଇ ଦେଇଥିଲେ l ସେଠାରେ ତାଙ୍କ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ପରିବାର ସଦସ୍ୟ ଯେତେବେଳେ ଶବଟିକୁ ନେଇ କବର ଦେବାପାଇଁ କବରୀସ୍ତାନ ପହଞ୍ଚିଥିଲେ ସେଠାରେ ସେ ପଲିଥିନ ଭିତରେ ମହମଦ ସମୀର ଆନସାରୀଙ୍କର ମୃତ ଦେହ ପାଇ ନଥିଲେ l ପରିବାର ସଦସ୍ୟ ଆଶ୍ଚର୍ଯ୍ୟା ହୋଇ ଯାଇଥିଲେ l

ଏହି ମହାମାରୀ ସମୟରେ ଅନେକ ଲୋକ ମୃତ୍ୟୁ ବାରଣ କରୁଥିବାରୁ ଶବ ଗୁଡିକର ଅଦଳବଦଳ ପ୍ରାୟତଃ ସବୁବେଳେ ହେଉଥିବାର ଦେଖା ଯାଉଛି l ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସ୍ତ୍ରୀ ଲୋକଙ୍କ ଶବ କିପରି ପଲିଥିନ ଭିତରୁ ବାହାରିଲା ତାହା ଆଶ୍ଚର୍ଯ୍ୟର କଥା l ପରିବାର ସଦସ୍ୟ ଅନ୍ତିମ ସଂସ୍କାରତ ଦୂରେ ଥାଉ ଏହି ଘଟଣାକୁ ନେଇ ଜାମସେତପୁର ସ୍ଥିତ ଜିଲ୍ଲା ମୁଖ୍ୟାଳୟରେ ଉତେଜନା ସୃଷ୍ଟି କରିଛନ୍ତି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଜାଣିବା ପରେ ଡାକ୍ତରଖାନାର ପ୍ରଶାସନ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ କହିଛନ୍ତି l ମୃତଙ୍କଙ୍କ ଭାଇ ଅବଦୁଲ ହାଂମିତ ଡାକ୍ତରଖାନାର ପ୍ରଶାସନ ଉପରେ ଗଂଭୀର ଆରୋପ ଲଗାଇଛନ୍ତି l ସେ କହିଛନ୍ତି ଯେ କରୋନାର ନାଁ ନେଇ ଘରୋଇ ଡାକ୍ତରଖାନା ଗୁଡିକ ସମସ୍ତଙ୍କୁ ଲୁଟୁଛନ୍ତି ଓ ଆମେ ମଧ୍ୟ ସେହିପରି ଗୋଟିଏ ଡାକ୍ତରଖାନାର ଶିକାର ହୋଇଛୁ l

ତାଙ୍କ ଘରର ସଦସ୍ୟଙ୍କୁ ମଧ୍ୟ ତାଙ୍କ ସହିତ ଦେଖା କରିବା ପାଇଁ ଦିଅ ଯାଇନଥିଲା l ପରିଜନ ମାନେ ଯେତେବେଳେ ପୁରୁଷ ସ୍ଥାନରେ ମହିଳାଙ୍କ ଶବ ଦେଖିଥିଲେ ସେତେବେଳେ ତାଙ୍କ ହୋସ ଉଡିଯାଇଥିଲା l ଯେତେବେଳେ ଏବିଷୟରେ ପରିବାରରେ ସଦସ୍ୟ ଡାକ୍ତରଖାନା କତୃପକ୍ଷଙ୍କୁ କହିଲା ସେମାନେ ଏକଥାରୁ ଓହରି ଯାଇଥିଲେ l ପରେ ଉତେଜନା ସୃଷ୍ଟି ହେବ ହେତୁ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷପ କରିବାରୁ ଉପଯୁକ୍ତ ବ୍ୟକ୍ତିର ଶବ ମିଳିଥିଲା l

LEAVE A REPLY

Please enter your comment!
Please enter your name here