Odisha news

ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ଦ୍ଵାରା ଘରୋଇ ଝେମେଲାର ସମାଧାନ

0

ନର୍ଲାରୁ ଦୀପକ ଠାକୁର : ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଘରୋଇ ଝେମେଲାର ସମାଧାନ ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ଉପସ୍ଥିତିରେ ଲିଖିତ ଘୋଷଣାନାମା ଅନୁଯାୟୀ ଏହାର ସମାଧାନ ହୋଇ ଯାଇଛି। ଖବରମତେ ସରିଆଁ ଗ୍ରାମର ୧ମ ପକ୍ଷ ଅଭିଯୋଗ କାରିଣୀ ସାବିତ୍ରୀ ସାହୁ , ସ୍ଵାମୀ√ ତ୍ରିନାଥ ସାହୁ ଓ ୨ୟ ପକ୍ଷ ସାବିତ୍ରୀ ସାହୁଙ୍କ ବଡ଼ପୁଅ କୃତିବାସ ସାହୁ,ମଝିଆ ପୁଅ ଅଶୋକ ସାହୁ, ସାନପୁଅ ପ୍ରଦୀପ ସାହୁଙ୍କ ମଧ୍ୟରେ ଘର, ଜମିବାଡ଼ି ଭାଗବଣ୍ଟାକୁ ନେଇ ଦୀର୍ଘ ଦିନରୁ ଘରୋଇ କଳି ଲାଗି ରହୁଥିଲା। ଯାହା ଫଳରେ ସଂପୃକ୍ତ ଜାତିଭାଇ ସମାଜ ଅନେକ ଥର ଏହାର ସମାଧାନ ଦିଗରେ ଆଗେଇ ଆସି ବିଫଳ ହୋଇଥିଲେ।

ଓଡ଼ିଶା ଆଇନ ସେବା ଅଧିକାରୀଙ୍କ ନିକଟରେ ଏହାର ସୁବିଚାର ନିମନ୍ତେ ଆବେଦନ କ୍ରମେ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନର ସଭାପତି ନରୋତ୍ତମ ଦାଶ, ମହିଳା ପରାମର୍ଶଦାତା କିରଣବାଳା ନାଏକ, ଗୋଲାପ ସିଂ, ପଦୁପାଦ ସାହୁ, ସ୍ଥାନୀୟ ସରପଞ୍ଚ ଜନନୀ ଭୋଇ, ଜାତିଭାଇ, ନର୍ଲା ପୋଲିସ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଉତ୍ତମ ବିଚାର କରି ଏହାର ସମାଧାନ ହୋଇଛି। ଏକ ଘୋଷଣାନାମାରେ ଉଲ୍ଲେଖିତ ବିଷୟକୁ ନେଇ ଦୁଇ ପକ୍ଷ ରାଜି ହୋଇ ଆଇନର ତର୍ଜମାକୁ ସମ୍ମାନ ଜଣାଇ ଲିଖିତ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ଆଗେଇ ଆସିଛନ୍ତି।

ଯାହା ଦ୍ଵାରା ସାବିତ୍ରୀ ସାହୁଙ୍କ ନାମରେ ଥିବା ସମ୍ପତି ଘରବାଡ଼ିକୁ ତିନିଭାଇ ଯଥାକ୍ରମେ ୧ମ ଭାଇ କୃତିବାସ ସାହୁ ପୂର୍ବରୁ ଯେଉଁ ଦୋକାନ ବ୍ୟବହାର କରୁଥିଲେ ପ୍ଳଟ ନଂ ୨୨୩୦ ଓ ଖାତା ନଂ ୧୨୪ରେ ଥିବା ଘରକୁ ଲଗେଇ ଗୁହାଲ ଘର ବଡ଼ଭାଇ ନେଲେ।,ମଝିଆ ପୁଅ ଅଶୋକ ସାହୁ ପୂର୍ବରୁ ରହୁଥିବା ଘରେ ରହିଲେ।ଆଉ ୨ଭାଇ କୃତିବାସ ଓ ପ୍ରଦୀପ ରହୁଥିବା ଘରକୁ ତା ୨୧ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଘର ଖାଲି କରିବେ ଓ ତିନି ବଖରା ଘରକୁ ବ୍ୟବହାର କରିବେ। ତୃତୀୟ ପୁଅ ପ୍ରଦୀପ ସାହୁ ନିଷ୍ପତ୍ତି କ୍ରମେ ପୂର୍ବରୁ ଥିବା ଦୋକାନ ସହ ପଛରେ ଥିବା ଅଗଣାକୁ ବ୍ୟବହାର କରିବେ।

ବଡ଼ଭାଇ ଆଜିର ନିଷ୍ପତ୍ତି ଅନୁସାରେ ସାନଭାଇ ପ୍ରଦୀପକୁ ଖାଲି ଜାଗା ବାବଦରେ ଜାନୁଆରୀ ମାସ ୨୦୨୧ରେ ପ୍ରଦୀପ ର ଘର ତିଆରି ପାଇଁ ପଚାଶ ହଜାର ଟଙ୍କା ଦେବେ ଓ ତା ୨୭/୭/୨୦୧୪ରେ ନିଷ୍ପତ୍ତି ହୋଇଥିବା ସମାନ ଭାଗବଣ୍ଟା ଅନୁସାରେ ପ୍ରଦୀପ ପୁଣି ୧.୩୭ଡି. କଡି ଜମି ପାଇବେ। ଶେଷରେ ୧ମ ପକ୍ଷ ଅଭିଯୋଗ କାରିଣୀ ମା ସାବିତ୍ରୀ ସାହୁଙ୍କୁ ତିନି ପୁଅ ସପ୍ତାହ ପାଲିରେ ଖାଦ୍ୟପେୟ ଓ ସ୍ଵାସ୍ଥ୍ୟ ସମସ୍ୟା ପାଇଁ ବ୍ୟବସ୍ଥା କରିବାର ଘୋଷଣାନାମା ସହ ଉପସ୍ଥିତ ଅଭିଯୋଗକାରୀ ଓ ଭଦ୍ରବ୍ୟକ୍ତିଙ୍କ ସ୍ୱ।କ୍ଷରକ୍ରମେ ଘରୋଇ ଝେମେଲାର ସମାଧାନ ହୋଇଥିଲା।

Leave A Reply