Odisha news

ସର୍ପାଘାତରେ ମୃତ ମୋନାଲିସାଙ୍କ ଘରୁ ଆଜି ବିଷଧର ସାପ ଉଦ୍ଧାର

0

ଡେରାବିଶ : ଡେରାବିଶ ବ୍ଳକ ପଲେଇ ପଂଚାୟତ ଅନ୍ତର୍ଗତ ପଲେଇ ଗ୍ରାମର ସର୍ପାଘାତରେ ମୃତ ମୋନାଲିସାଙ୍କର ଘରୁ ଆଜି ଏକ ବିଷଧର ସାପ ଉଦ୍ଧାର କରାଯାଇଛି । ଚଳିତ ମାସ ୫ ତାରିଖ ରାତିରେ କାଳନ୍ଦି ଚରଣ ପରିଡ଼ାଙ୍କ ଝିଅ ସୁଶ୍ରୀ ମୋନାଲିସା (୧୯) ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ୬ ତାରିତଖ ଦିନ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତର ଖାନାକୁ ନେଇଥିଲେ ।

ହେଲେ ସେଠାରେ ଡାକ୍ତର ମୋନାଲିସାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୋନାଲିସାର ଶୋଇବା ଘର ପାଖ ଘରୁ ଏକ ସାପର ଗର୍ଜନ ଶୁଣିବା ପରେ ପରିବାର ଲୋକ ସ୍ନେକ ହେଲ୍ପଲାଇନ୍ର ସହଯୋଗ ଲୋଡ଼ିଥିଲେ । ସ୍ନେକ ହେଲ୍ପଲାଇନ୍ରେ କାର୍ଯ୍ୟକରୁଥିବା କେନ୍ଦ୍ରାପଡ଼ାର ଇଚ୍ଛାପୁର ଅଂଚଳର ଆଶୁତୋଷ ମହାନ୍ତି ପଲେଇ ଗ୍ରାମରେ ପହଂଚି କାଳନ୍ଦି ଘର ନିକଟରୁ ଏକ ବିଷଧର ସାପ ସହିତ ଏକ ଛୋଟ ସାପକୁ ଉଦ୍ଧାର କରିଥିଲେ । ତେବେ ଏହି ବିଷଧର ସାପଟି ମୋନାଲିସାକୁ ଦଂଶନ କରିଥିଲା ବୋଲି କଥାବାର୍ତା ହେଉଛନ୍ତି ।

Leave A Reply