ଯାଜପୁର : ସମଗ୍ର ବିଶ୍ୱରେ କରୋନା ଗଭୀର ପ୍ରଭାବ ପକାଇଛି । ଅସ୍ତବ୍ୟସ୍ତ ହୋଇଛି ଦିନଜୀବନ । ଜୀବନ ସହ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ପ୍ରବାସୀମାନଙ୍କ ଆଗମନ ଓ ସେମାନଙ୍କର ରହଣି ପାଇଁ ସରକାର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରିଥିଲେ । ଆସ୍ତେ ଆସ୍ତେ ପ୍ରବାସୀଙ୍କର ଆଗମନ ମଧ୍ୟ ହ୍ରାସ ପାଇବା କାରଣରୁ ଅଧିକ ଟି.ଏମ୍.ସି. ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଚଳାଇବାର ଆବଶ୍ୟକତା ପଡ଼ୁ ନାହିଁ । କେତେକ ଟି.ଏମ୍.ସିରେ ମଧ୍ୟ ଲୋକ ନାହାନ୍ତି । ତେଣୁ ସରକାର ପଞ୍ଚାୟତ ସ୍ତରୀୟ କୋଭିଡ଼୍ କେୟାର ହୋମ୍, କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମ୍ୟସ୍ତରୀୟ ଓ ସହରାଞ୍ଚଳ କୋଭିଡ଼୍ ପରି·ଳନା କମିଟି ବ୍ୟବସ୍ଥା କରିଛନ୍ତି ବୋଲି ଜିଲ୍ଳାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଗ୍ରାମସ୍ତରରେ ବିକେନ୍ଦ୍ରୀକରଣ ଗୋଷ୍ଠୀ ଭିତ୍ତିକ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ତା କରିବା ଲକ୍ଷ୍ୟ ନେଇ ଗ୍ରାମ୍ୟସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟିରେ ୱାର୍ଡ଼ ସ୍ତରୀୟ ଲୋକ ପ୍ରତିନିଧି, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଏ.ଏନ୍.ଏମ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଆଞ୍ଚଳିକ ମହାସଂଘର ସଭାପତି ଓ ସଂପାଦକ ସଦସ୍ୟ ରହିବେ ।
କମିଟିର ନିଷ୍ପତ୍ତି କ୍ରମେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ସ୍ୱୟଂ ସହାୟକ ଦଳ ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇ ପାରିବ । ସଂକ୍ରମଣକୁ ପ୍ରତିରୋଧ ପାଇଁ କମିଟି ସତର୍କ ନଜିର ରଖିବା ସହ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା, ସଙ୍ଗରୋଧକୁ ସୁନିଶ୍ଚିତ କରିବା, ଗାଁ ସଫା ସୁତରା ରଖିବା, ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା, ଥଣ୍ଡା, କାଶ, କଫ, ଜ୍ୱର ସମସ୍ୟାକୁ ସ୍ୱାସ୍ଥ୍ୟ କର୍ମ·ରୀଙ୍କୁ ଅବଗତ କରାଇବା ଇତ୍ୟାଦି କାର୍ଯ୍ୟ କରିବାକୁ ସରକାର ନିଦେ୍ର୍ଦଶନାମା ଜାରି କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଟି.ଏମ୍.ସି. ପରିବର୍ତ୍ତେ ପଞ୍ଚାୟତସ୍ତରୀୟ କୋଭିଡ଼୍ କେୟାର ହୋମ୍ ସଂପୃକ୍ତ ପଞ୍ଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ର, ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳ, ଗୋଷ୍ଠୀ ଗୃହ, କଲ୍ୟାଣ ମଣ୍ଡପ ବା ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ କରାଯିବ । ସେହିପରି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯିବ ଯେଉଁ ଥିରେ ଫେରୁଥିବା ପ୍ରବାସୀ ମାନଙ୍କୁ ସଗଂରୋଧରେ ରଖାଯିବ ।
କେତେ ଗୁଡ଼ିଏ ପଞ୍ଚାୟତକୁ ନେଇ ଏହା କାର୍ଯ୍ୟକାରୀ ହେବ ଓ ଟେଲି ମେଡ଼ିସିନ ମାଧ୍ୟମରେ ମଧ୍ୟ ଚିକିତ୍ସା ସୁବିଧା କରାଯାଇ ପାରିବ ବୋଲି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି । ଅପର ପକ୍ଷରେ ସହରାଞ୍ଚଳରେ କୋଭିଡ଼୍ ପରି·ଳନା ପାଇଁ ୱାର୍ଡ଼ ସ୍ତରୀୟ କମିଟି ଦ୍ୱାରା କାର୍ଯ୍ୟ ତଦାରଖ ହେବ । ଏଥିପାଇଁ ୱାର୍ଡ଼ ଆଫିସର ସ୍ୱେଚ୍ଛାସେବୀ, ବିଶିଷ୍ଟ ବ୍ୟକ୍ତି, ସରକାରୀ କର୍ମକର୍ତ୍ତା ମିଳିତ ଭାବେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକୁ ସହଜ ଓ ସରଳଭାବେ ସଂପାଦନ ପାଇଁ ବୁଧବାର ଠାରୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବ୍ଲକ ଓ ପୌରାଞ୍ଚଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୌର ନିର୍ବାହୀ ଅଧିକାରୀ, ଲୋକ ସଂପର୍କ ଅଧିକାରୀ, ଅନ୍ୟାନ୍ୟ ବ୍ଲକ ମାନଙ୍କର ଜିଲ୍ଲା ପଞ୍ଚାୟତ ଅଧିକାରୀ, ଅତିରିକ୍ତ ପ୍ରକଳ୍ପ ନିଦେର୍୍ଶକ, ଏ.ପି.ଡ଼ି. ସାମାଜ କଲ୍ୟାଣ ବିଭାଗର ପ୍ରୋଗାମ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ କର୍ମ·ରୀମାନେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ବ୍ଲକ ମାନଙ୍କରେ ସରପଞ୍ଚ ଓ ବ୍ଲକସ୍ତରୀୟ ଅଧିକାରୀ ଓ ପୌରାଞ୍ଚଳରେ ୱାର୍ଡ଼ ଅଫିସରଙ୍କ ସହ ସ୍ୱଚ୍ଛ ସାଥୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ
