Odisha news

ଡେଙ୍ଗୁ ସଚେତନତା ରଥର ଶୁଭାରମ୍ଭ : ୧ ମାସ ଧରି ପୈାରାଞ୍ଚଳର ସମସ୍ତ ଓ୍ବାର୍ଡରେ ସଚେତନତା ସୃଷ୍ଟି କରିବ

ହିଞ୍ଜିଳିକାଟୁ, ୩/୮ : ରାଜ୍ୟର ପ୍ରାୟତଃ ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାରାତ୍ମକ ଡେଙ୍ଗୁ ରୋଗ କାୟା ବିସ୍ତାର ଆରମ୍ଭ କରିବାକୁ ବସିଛି । ଏହାକୁ ପ୍ରତିହତ କରିବା ପାଇଁ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିବା ସହିତ ଜନ ସଚେତନତା ଏକାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୈରାଞ୍ଚଳକୁ ଡେଙ୍ଗୁ ରୋଗର ନିରାକରଣ ଓ ସଚେତନତା ନିମନ୍ତେ ମଙ୍ଗଳବାର ସ୍ଥାନୀୟ ପୈାର ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ପୈାରୁ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସବୁଜ ପତକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ସଂପୃକ୍ତ ରଥ ସ୍ଥାନୀୟ ପୈାରାଞ୍ଚଳର ସମସ୍ତ ଓ୍ବାର୍ଡକୁ ଓ୍ବାର୍ଡ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଓ ସଚେତନତା ଧର୍ମୀ ଭିଡିଓ ପ୍ରସାରଣ କରି ଜନ ସଚେତନତା ସୃଷ୍ଟି କରିବ ବୋଲି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ କହିଛନ୍ତି । ଘରର ଆବର୍ଜନାକୁ ବାହାରେ ନଫୋପାଡି ଆବର୍ଜନା ସଂଗ୍ରହ ଗାଡିରେ ଜମା କରିବା ସହ ଘରର ଚର୍ତୁପାଶ୍ୱକୁ ସଫା ରଖିବା ପାଇଁ ପୈାର ନିର୍ବାହୀ ଅଧିକାରୀ ଡ଼ଃ ସାହୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କନିଷ୍ଠ ସ୍ୱଚ୍ଛତା ଅଧିକାରୀ ଅଭିଜିତ ପୁରୋହିତ, ମାନସ ରଞ୍ଜନ ବିନ୍ଧାଣି, କନିଷ୍ଠ ସହାୟକ ଛବି ନାରାୟଣ ପଣ୍ଡା, ଗୋଷ୍ଠୀ ସଂଗଠକ ସନ୍ଧ୍ୟା ରାଣୀ ପଟ୍ଟନାୟକ, ମୁକ୍ତା ସଂଯୋଜକ ମାନସ ଦିଗାଲ, ସୁରେନ୍ଦ୍ର ଗୌଡ଼, ଇ. କିଷାନ କୁମାର ପାତ୍ର, ସୁବାଷ ପଟ୍ଟନାୟକ, ରବିନ୍ଦ୍ର ମହାଙ୍କୁଡ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.