Odisha news

କଳା ପଲସର ଆତଙ୍କ : ଝାମ୍ପି ନେଲେ ଚାରି ଲକ୍ଷ୍ୟ

ଦେଙ୍କିକୋଟ  :   କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ବ୍ଲକ ନିକଟବର୍ତୀ ତହସିଲ କାର୍ଯାଳୟ ସାମ୍ନା ରୁ ଆଜି ଜଣେବ୍ୟକ୍ତି ଠାରୁ ଦୁର୍ବୃତ ମାନେ ଚାରି ଲକ୍ଷ୍ୟଟଂକା ଝାମ୍ପି ନେଇଛନ୍ତି. ଖବର ନେବାରୁ ଜଣାଯାଏ ଯେ ସ୍ବାମ ପାଟଣା ଥାନା ଅନ୍ତର୍ଗତ ପୁଟୁଳିଆ ଗ୍ରାମର ଭକ୍ତବନ୍ଧୁ ମହାନ୍ତ ଆଜି ସକାଳ 10. 30 ବେଳେ ସ୍ବାମ ପାଟଣା ବ୍ୟାକଂ ଅଫ୍ ଇଣ୍ଡିଆ ଶାଖା ରୁ ଚାରି ଲକ୍ଷ୍ୟଟଂକା ଉଠାଇଥିଲେ. ସେ ଜଣେ ଧାନ ବେପାରୀ. ଆଜି ଚାରି ଲକ୍ଷ୍ୟଟଂକା ର ଏକ ଚେକ୍ ଦେଇ ବ୍ୟାକଂ ରୁ ଟଙ୍କା ଉଠାଇଥିଲେ . ଟଂକା ଉଠାଇ ବ୍ୟଗ୍ ରେ ରଖି ତାଂକ ବାଇକ ରେ ଆସି ତହସିଲ କାର୍ଯାଳୟ ସାମ୍ନା ରେ ଜଣେ ପରିଚିତ ଲୋକ ସହିତ କଥାବାର୍ତ୍ତା ହେଉଥିଲେ. ସେହି ସମୟରେ ଏକ କଳା ରଂଗ ର ପଲସର ରେ ଦୁଇଜଣ  ଦୁର୍ବୃତ୍ ଆସି ତାଂକ ପାଖରୁ ଟଂକା ବ୍ୟଗ୍ କୁ ଝାମ୍ପିନେଲେ . ଘଟଣାଟି ସାଙ୍ଗେ ସାଙ୍ଗେ ପ୍ରଘଟ ହୋଇଗଲା.  ପୋଲିସ ଆସି ଛାନଭିନ କଲା. ସବୁ ରାଜପଥ କୁ ସିଲ୍ କରିବା ସହିତ ଅନ୍ୟ ଥାନା କୁ ଖବରଦେଲେ ହେଲେ  ଦୁର୍ବୃତ୍ ଧରା ପଡିନାହାନ୍ତି. ଦୁର୍ବୃତ୍ ମାନେ ଟଂକା ନେଇ କଳା ପଲସର ରେ ମଲିପୋସି ଅଭିମୂଖେ  ଚାଲିଯାଇଥିବାର ଲୋକମାନେ କହୁଛନ୍ତି.

Ad2

Comments are closed.