ପୃଥିବୀର ସବୁଠୁ ବିଷାକ୍ତ ଗଛ ଏତେ ଭୟାନକ ଯେ ବର୍ଷା ବେଳେ ଏ ଗଛ ତଳେ ଠିଆ ହେଲେ ତ୍ୱଚା ଜଳିଯିବ କିମ୍ବା ସେଥିରେ ଫୋଟକା ହୋଇଯିବ । ଗଛଟି ସୁନ୍ଦର କିନ୍ତୁ ମାରାତ୍ମକ । ଏହାର ଫଳ ଖାଇଲେ ପାକସ୍ଥଳୀରେ ହଠାତ୍ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ଆରମ୍ଭ ହେବ । ଏଥିରେ ଲୋକର ମୃତୁ୍ ହେବା ବିଚିତ୍ର ନୁହେଁ । ଏ କାରଣରୁ ଏହା ‘ଟି୍ର ଅଫ୍ ଡେଥ୍’ ନାଁରେ ପରିଚିତ । ଗଛର ପ୍ରକୃତ ନାଁ ମଞ୍ଚିନେଲ୍ । ଏହି ଗଛ କାରିବିୟନ୍, ଆମେରିକା, ଫ୍ଲୋରିଡ଼ା, ବାହାମାସ, ମେକ୍ସିକୋରେ ଦେଖିବାକୁ ମିଳେ । ଗଛର ଉଚ୍ଚତା ପ୍ରାୟ ୫୦ ଫୁଟ୍ । ଗଛର ଛାଲି ନାଲି ଓ ଧୁସର ରଙ୍ଗ, ଫୁଲ ସବୁଜ-ହଳଦିଆ ରଙ୍ଗ ହୋଇଥିବା ବେଳେ ପତ୍ର ଗୁଡ଼ିକ ସବୁଜ ରଙ୍ଗରେ ଚିକ୍ଚିକ୍ କରେ । ଗଛର ସବୁ ଅଂଶରେ ବିଷ ଭରି ରହିଛି । ଗଛରେ ନିଆଁ ଲଗାଇଲେ ଯେଉଁ ଧୂଆଁ ବାହାରେ ତାହାର ସାଂଘାତିକ ପ୍ରଭାବ ଆଖି ଉପରେ ପଡ଼େ । ଏହାର ଫଳ ଦେଖିବାକୁ ସେଓ ଭଳି । ଫଳଟି ପ୍ରଥମେ ମିଠା ଲାଗେ, ପରକ୍ଷଣରେ ଗଳାରେ ଯନ୍ତ୍ରଣା, ଜଳାପୋଡ଼ା ହୁଏ, ଆଖିରୁ ଲୁହ ଝରେ । ଯେଉଁଠି ବି ଏ ଗଛ ଅଛି, ସେଠାରେ ସାଇନ୍ ବୋର୍ଡ ମାରି
ଏହାକୁ ଚିହ୍ନାଇ ଦିଆଯାଇଛି ।