Odisha news

ବାହାବେଦୀରେ ମନ୍ତ୍ର ପରିବର୍ତ୍ତେ ସମ୍ବିଧାନ ଶପଥ

0

ଛତିଶଗଡ଼ : ଛତିଶଗଡ଼ କାଙ୍କେର ସହରର ଚନ୍ଦେଲ ପରିବାର ବାହାଘରରେ ମନ୍ତ୍ର ଉଚ୍ଚାରଣ ବା ଅଗ୍ନିକୁ ସାକ୍ଷୀ ରଖିବା ପରିବର୍ତ୍ତେ ସମ୍ବିଧାନର ବହିକୁ ମଝିରେ ରଖି ଫେରେ ନିଆଯାଇଛି । ମନ୍ତ୍ର ବଦଳରେ ପ୍ରସ୍ତାବନା ପଢ଼ାଯାଇ ସଂକଳ୍ପ ନିଆଗଲା । ଏହି ଜିଲ୍ଲାରେ ନକ୍ସଲ ସମସ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ସମ୍ବିଧାନ ପ୍ରତି ଭରସା ଆଣିବା ପାଇଁ ଚନ୍ଦେଲ ପରିବାର ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏପରିକି ବାହାଘରର ନିମନ୍ତ୍ରଣ କାର୍ଡ଼ରେ ସମ୍ବିଧାନ ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଡ଼କରଙ୍କ ଫଟୋ ବିଲଗାଯାଇଥିଲା ।

Leave A Reply