Odisha news

ବାଘ ଛାଲ ସହ ଯୁବକ ଗିରଫ ବୁଲୁ ,ମିନ ମୋତେ ଫସାଇଦେଲେ

0
ଦଶପଲ୍ଲା୨୦/୧୧: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଚିତାବାଘ ଛାଲ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଯୁବକ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଯୁବକ ଙ୍କ ନାମ ବୈଦ୍ୟରାଜ ମଲ୍ଲିକ ଓ ତାଙ୍କ ଘର ବାଣୀଗୋଛା ଥାନା ଅନ୍ତର୍ଗତ ବାଲିବେରଣା ଗ୍ରାମର ବୋଲି ଏସ ଟି ଏଫ ଇନ୍ସପେକଟର ଜାଗନ୍ନାଥ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ,  ବିଶେଷ ସୂତ୍ର ରୁ ଖବର ପାଇ ଏସ ଟି ଏଫ ଟିମ ଦଶପଲ୍ଲା କୁଆଁରିଆ ଠାରେ ପହଞ୍ଚିଥିଲା । ଏହି ସମୟ ରେ ପୂର୍ବରୁ ଏସ ଟି ଏଫ କୁ ସୂଚନା ଦେଉଥିବା ସ୍ପାଇ ଏସ ଟି ଏଫ ଟିମ କୁ ଠାର ରେ ଜଣାଇଥିଲେ । ଏହି ସମୟ ରେ  ବୈଦ୍ୟରାଜ ବିକ୍ରୟ ପାଇଁ ଦୁଇଟି ବାଘ ଛାଲ ଏକ ଜରି ବସ୍ତାରେ ଧରି ଠିଆ ହୋଇଥିବା ବେଳେ ଅଳ୍ପ ଦୂରରେ ଏକ ଓଡ଼ି୦୨ସିଏମ-୦୩୩୧ କାର ଠିଆ ହୋଇଥିଲା ।  ପରେ ଏସ ଟି ଏଫ ଟିମ  ବୈଦ୍ୟରାଜ କୁ କାବୁ କରି ନେଇଥିବା ବେଳେ ବିକ୍ରୟ ପାଇଁ ଜରି ବସ୍ତା ରେ ଥିବା ଦୁଇଟି ଚିତାବାଘ ଛାଲ କୁ ଜବତ କରିଥିଲେ । ଏହାଦେଖି ବୈଦ୍ୟରାଜ କାରରେ ଆଣି କିଛି ଦୂରରେ ଥିବା କାର କୁ ଧରି କାର ଡ୍ରାଇଭର ଓ ବୈଦ୍ୟରାଜ ର ସହଯୋଗୀ ଫେରାର ହୋଇ ଯାଇଥିଲେ । ଏସ ଟି ଏଫ ପକ୍ଷରୁ ବୈଦ୍ୟରାଜ କୁ ଗିରଫ କରି ବାଘ ଛାଲ ସହ ଭୁବନେଶ୍ୱର ନେଇ ଯାଇଥିବା ବେଳେ ସୋମବାର ଦିନ ଏସ ଟି ଏଫ ପକ୍ଷରୁ  ବୈଦ୍ୟରାଜ କୁ ଦଶପଲ୍ଲା ଜେ ଏମ ଏଫ ସି ଙ୍କ ଅଦାଲତ ରେ ହଜ଼ାର କରାଯାଇଥିବା ବେଳେ ବୈଦ୍ୟରାଜ ଙ୍କ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି । ଅନ୍ୟ ପାର୍ଶ୍ୱରେ ହନୁମନ୍ତ ର ବୁଲୁ ଓ ମିନ ମୋତେ ଫସାଇଦେଲେ ବୋଲି ବୈଦ୍ୟରାଜ ପ୍ରକାଶ କରିଛି । ଏହି ଘଟଣା ରେ ଏସ ଟିଏଫ ପକ୍ଷରୁ ୨୮/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
Leave A Reply