ଆଠଗଡ଼ ତା ୨୦-୧୧-୨୩ କାର୍ତ୍ତିକ ମାସ ଚତୁର୍ଥ ସୋମବାର ଅବସରରେ କଟକ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପ୍ରବଳ ଜନସମାଗମ ହୋଇଥିଲା।ଭୋର ୪ ଟାରୁ ପହଡ ଖୋଲାଯାଇ ମଙ୍ଗଳ ଆଳତି ଓ ପ୍ରଭୁଙ୍କ ସ୍ନାନ ପରେ ଭକ୍ତ ମାନେ ଧାଡ଼ିରେ ଜାଇ ଧବଳେଶ୍ଵର ଙ୍କୁ ଦର୍ଶନ କରିଛନ୍ତି। ଆଜି ପୀଠ ପରିସରରେ ଆଶାତୀତ ଭିଡ଼ ଦେଖାଯିବାରୁ ଶାନ୍ତିଶୃଙ୍ଖଳା ରଖିବା ପାଇଁ ପୋଲିସ ପ୍ରଶାସନ ବିଫଳ ହୋଇଥିଲା। ଆଜି ଦର୍ଶନ କରିବାକୁ ଆସିଥିବା ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗ୍ରାମ ର ଜୋସ୍ନାରାଣୀ ନାଏକ ଓ ଜଗତସିଂହପୁର ଜିଲ୍ଲା କୋସକଣା ଗ୍ରାମ ର ଜୈନେକ ମହିଳା ର ଭିଡ଼ ର ସୁଯୋଗରେ ଲୁଟେରା ମାନେ ଲୁଟ୍ ହୋଇଥିବା ମହିଳା ଅଭିଯୋଗ କରିଥିଲେ। ଏସମ୍ପର୍କରେ ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିଶାନ ଯୋଗାଯୋଗ କରିବାରୁ କୌଣସି ଉତ୍ତର ଦେଇନଥିଲେ। ଆଠଗଡ଼ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଙ୍କ ସମେତ ଅଳ୍ପ ସଂଖ୍ୟକ ପୋଲିସ୍ ମୁତୟନ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ନିର୍ମାଣଧିନ ରାସ୍ତା ର ଟ୍ରାଫିକ ସମସ୍ୟା ସାଙ୍ଗ କୁ ଗାଡ଼ି ଷ୍ଟାଣ୍ଡ ଵିଵାଦ ଚାଲିଥିବା ବେଳେ ପୀଠ କୁ ଆସିଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ।ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଧବଳେଶ୍ଵର ଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡ଼ ଓଷା ଯାତ୍ରା। ତେଣୁ ଏବେ ଠାରୁ ଜିଲ୍ଲା ପ୍ରଶାସନ ସଜାଗ ନ ରହିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ପୀଠରୁ ଫେରୁଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି।