Odisha news

ଦଶପଲ୍ଲା ରେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ 

0
ଦଶପଲ୍ଲା ୩/୧୦ : ଓଡିଶା ଉଚ୍ଚ ନ୍ୟାୟାଳୟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜୁଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ      ଧର୍ମପତ୍ନୀ ନିରୂପମା ଷଡଙ୍ଗୀ ଙ୍କ ସହ ଦଶପଲ୍ଲା ଗସ୍ତରେ ଆସି ଦଶପଲ୍ଲା ର ଆରାଧ୍ୟଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି।  ପରେ ଜୁଷ୍ଟିସ ଶ୍ରୀଯୁକ୍ତ ଷଡଙ୍ଗୀ ଦଶପଲ୍ଲା ସ୍ଥିତ ନିଜ ଶଶୁର ଙ୍କ ଘରକୁ ଯିବା ସହ ଦଶପଲ୍ଲା କୋର୍ଟ ନିକଟରେ ନୂତନ ଭାବେ ନିର୍ମାଣ ଚାଲିଥିବା ଓକିଲ ସଂଘ ଗୃହ , କ୍ୟାଣ୍ଟିନ , ଓ  ବିଚାରପତି ମାନଙ୍କ  ପାଇଁ ନିର୍ମାଣ ହେଉଥିବା ବିଶ୍ରାମ ଗୃହ ବୁଲି ଦେଖିଥିଲେ । ଏହି ସମୟ ରେ ଦଶପଲ୍ଲା  ବାର ପକ୍ଷରୁ ଜୁଷ୍ଟିସ ଶ୍ରୀଯୁକ୍ତ ସଡଙ୍ଗୀକୁ ସ୍ୱାଗତ କରାଯାଇଥିଲା । ଏହା ସହ ଜଷ୍ଟିସ ଷଡଙ୍ଗୀଙ୍କ ସହ  ଦଶପଲ୍ଲା ବାର ର ବରିଷ୍ଠ ଆଇନିଜୀବୀ ସୁଶାନ୍ତ କୁମାର ପାତ୍ର , ଗୌର ଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, ଙ୍କ ସହ ବାର ମେମ୍ବର ଓ ଜେ ଏମ ଏଫସି  ସୌମ୍ୟ ରଞ୍ଜନ ପୃଷ୍ଟି , ସବଜଜ ବିଶ୍ୱଜିତ ଦାସ ପ୍ରମୁଖ ଙ୍କ ସହ ଜଷ୍ଟିସ ଶ୍ରୀଯୁକ୍ତ ଷଡଙ୍ଗୀ  ଫୋଟୋ ଉଠାଇଥିଲେ । ପରେ  ଧର୍ମପତ୍ନୀ ନିରୂପମା ଷଡଙ୍ଗୀ ଙ୍କ ସହ ନିଜ ଗ୍ରାମ ଓଡ଼ଗାଁ ଗସ୍ତ କରିଥିଲେ ।
Nalco
Leave A Reply