Odisha news

୧୭ବର୍ଷ ରୁ କମ୍ କ୍ରିକେଟ୍ ରେ  ରାଜ୍ଯ ସ୍ତରକୁ ଚୟନ ହେଲେ ରଘୁନାଥ ଉଚ୍ଚ ବିଦ୍ୟାଳୟର  ଛାତ୍ର

0
ବେତନଟୀ : ୧୭ବର୍ଷ ରୁ କମ୍ କ୍ରିକେଟ୍ ରେ  ରାଜ୍ଯ ସ୍ତରକୁ ଚୟନ ହେଲେ ରଘୁନାଥ ଉଚ୍ଚ ବିଦ୍ୟାଳୟର  ଛାତ୍ର ରାଜେଶ କୁମାର ସେଠୀ । ଏହି ବ୍ଲକ୍ ଅନ୍ତର୍ଗତ ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶ୍ରୀମାନ ରାଜେଶ କୁମାର ସେଠୀ ୧୭ବର୍ଷରୁ କମ୍ କ୍ରିକେଟ୍ ମ୍ୟାଚ୍ ଖେଳିବା ପାଇଁ ରାଜ୍ୟ ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଉଦଳା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳରେ ସାମିଲ ହୋଇ ପାରିଛନ୍ତି। ଏହି ସଫଳତା ପାଇଁ ଶ୍ରୀମାନ ସେଠୀ ଓ ତାଙ୍କର ମାର୍ଗ ଦର୍ଶକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସତ୍ୟ ନାଥ ମହାନ୍ତ ଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
Nalco
Leave A Reply