Odisha news

ସ୍ଥାୟୀ ଜମି ପଟ୍ଟା ପାଇଁ ପ୍ରଜାମେଳି

0
କାକଟପୁର 3/10 କାକଟପୁର ପଂଚାୟତର ବୋଇତକୁଦ ଗ୍ରାମରେ ଏକ ପ୍ରଜା ମେଳି ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ 50ବର୍ଷରୁ ଅଧିକ ବର୍ଷ ହେଲାଣି ଏଠାରେ ପ୍ରାୟ 200 ପରିବାର ରହି ଆସୁଛନ୍ତି l ସରକାର ତାଙ୍କୁ ଏଠାରେ ଥଇଥାନ କରିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାଇ ଘରବାଡି ପଟ୍ଟା   ମିଳିପାରିନାହିଁ l ଫଳରେ ସ୍ଥାନୀୟ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି l ଯେହେତୁ ସେମାନଙ୍କର ସ୍ଥାଇ ଘରବାଡି ପଟ୍ଟା ନାହିଁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କାଘର ପାଇ ପାରୁନାହାନ୍ତି l ଏଭଳିକି ସେମାନେ ସେମାନଙ୍କ ଜାତିଗତ ପ୍ରମାଣ ପତ୍ର କିମ୍ବା ରୋଜଗାର ପ୍ରମାଣ ପତ୍ର ମଧ୍ୟ୍ୟ ପାଇପାରୁନାହାନ୍ତି l ଏହିସବୁ ସମସ୍ୟାକୁ ନେଇ ଗ୍ରାମର ପ୍ରାୟ 500ରୁ ଉର୍ଦ୍ଧ ଲୋକ ଏକାଠି ହୋଇ କିପରି ସେମାନଙ୍କର ନାର୍ଯ୍ୟ ଦାବି ହାସଲ କରିପାରିବେ ସେଥିପାଇଁ ଆଲୋଚନା କରିଥିଲେ l ଏହି ସଭାରେ ଦଳିତ ଲୋକ ମାନେ କିପରି ସେମାନଙ୍କ ହକ ପାଇପାରିବେ ସେଥିପାଇଁ ଶ୍ରୀ ମାଧବ ଚାରିଟେବୁଲ ଆଣ୍ଡ ୱେଲ (fair trust) ନିମାପଡାର chairman  ମାଧବ ମଲ୍ଲିକ ଏବଂ ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ସର୍ବେଶ୍ୱର ମଲ୍ଲିକ ଆସନ୍ତା ଶୁକ୍ରବାର ଦିନ କାକଟପୁର ତହସିଲଦାରଙ୍କୁ ଦାବିପତ୍ର ଦେବା ସହ ଆଗାମୀ ପନ୍ଦର ଦିନ ଭିତରେ ଯଦି ସେମାନଙ୍କୁ ସ୍ଥାଇ ଘରବାଡି ପଟ୍ଟା ଦିଆ ନଯାଏ ତାହେଲେ ସେମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି l
Nalco
Leave A Reply