ଦାନଗଦି, ତା ୧/୧୧ : କଳିଙ୍ଗ ନଗର ଥାନା ବାରଗାଡ଼ିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ତ୍ରୀ ର୍ ତଣ୍ଟି କୁ ଚିପି ହତ୍ୟା କରିଛି ସ୍ଵାମୀ l ଖବର ପାଇ କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କେସ ନମ୍ବର ୨୦୯/୨୦୨୩ ରେ ମାମଲା ରୁଜୁ କରି ମୃତଦେହ କୁ ଦାନଗଦି ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନା ମୁତାବକ ବାଲିଚନ୍ଦ୍ରପୁର ଅଞ୍ଚଳ ବଡ ବାଲିକୁଦା ଗ୍ରାମ ର୍ ପ୍ରଫୁଲ୍ଲ ସାହୁ ଙ୍କ ପରିବାର ଦୀର୍ଘ ଆଠ ଦଶ ବର୍ଷ ହେବ କଳିଙ୍ଗ ନଗର ଥାନା ଅନ୍ତର୍ଗତ ବାର ଗାଡ଼ିଆ ଗାଁ ରେ ରହୁଥିଲେ l ତେବେ ପ୍ରଫୁଲ୍ଲ ଏଠାରେ ନ ରହି ଗ୍ରାମ ରେ ରହୁଥିଲେ l ସ୍ତ୍ରୀ କୁନି ସହିତ ତାର ଦୁଇ ପୁଅ ବାର ଗଡ଼ିଆ ରେ ରହୁଥିବା ବେଳେ ସାନ ପୁଅ ଚିଣ୍ଟୁ ଗତ କିଛି ମାସ ତଳେ ବାପା ପ୍ରଫୁଲ୍ଲ ଙ୍କ ଠାରୁ କୌଣସି କାମରେ ଏକ ଲକ୍ଷ ଟଙ୍କା ଆଣିଥିଲେ l ଫଳରେ ସେବେ ଠାରୁ ପ୍ରାୟ ଦୁଇ ତିନି ମାସ ହେବ ପ୍ରଫୁଲ୍ଲ ଏଠାକୁ ଆସି ବାର ଗଡ଼ିଆ ରେ ରହୁଥିଲା l ତେବେ ପ୍ରଫୁଲ୍ଲ ଙ୍କ ଦୁଇ ପୁଅ ଥିବା ବେଳେ ଆଜି ଦୁଇ ଜଣ ପୁଅ ମାଛ ବିକ୍ରି ପାଇଁ ଡୁବୁରୀ କୁ ଯାଇଥିବା ବେଳେ ଏକା ଘରେ ମା ଥିଲେ । କୌଣସି କାରଣ ବଶତଃ ଦୁହିଁ ଙ୍କ ମଧ୍ଯ ରେ ବଚସା ରୁ ପ୍ରଫୁଲ୍ଲ ଉତକ୍ଷୀପ୍ତ ହୋଇ ସ୍ତ୍ରୀ କୁନି ର୍ ତଣ୍ଟି କୁ ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ପ୍ରଫୁଲ୍ଲ ଫେରା ର୍ ହୋଇ ଯାଇଛି l