Odisha news

ଡାହାଣୀଗଡିଆରେ ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ : ଦିନ ଦ୍ଵୀପ୍ରହରରେ ଲୁଟି ନେଲେ ୧୮ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା। 

0
ଦାନଗଦି,୯/୧୦ : ଟମକା ଥାନା ବାଙ୍ଗରକୋଟା ପଂଚାୟତ ଡାହାଣୀଗଡିଆ ଗାଁ ସରକାରୀ ଶିକ୍ଷକ ଧର୍ମେଜୟ ରାଉତଙ୍କ ଘରୁ ଆଜି ଦୂର୍ବୁତ ମାନେ କବାଟ ଭାଙ୍ଗି ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଟମକା ପୁଲିସ ସାଇ°ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଡାହାଣୀଗଡିଆ ଗାଁର ଧର୍ମେଜୟ ରାଉତ ଓ ତାଙ୍କ ପତ୍ନୀ ସରକାରୀ ଶିକ୍ଷକ ଭାବେ କାମ କରନ୍ତି। ଆଜି ସକାଳ ୧୦ ଟା ରେ ଉଭୟେ ବିଦ୍ୟାଳୟକୁ ଚାଲି ଯାଇଥିଲେ। ସବୁଦିନ ଭଳି ଆଜି ମଧ୍ୟ ଘରେ ଛୋଟ ପୁଅ ଟିକୁ ଏକାକୀ ଛାଡ଼ିଦେଇ ବାହାର ପଟୁ ଗେଟ ରେ ଚାବି ପକାଇ ଦେଇଥିଲେ। ଦିନ ୧୨:୩୦ ରେ ଧାର୍ମେଜୟ ଙ୍କ ଶଳା ସ୍ମୃତିରଞ୍ଜନ ବଳ ପୁଅ କୁ ଜଗିବା ପାଇଁ ଯାଇ ଦେଖିବାରୁ ଘରର ଗେଟ ଭଙ୍ଗା ଯାଇଛି ଓ ଅଲ୍ମିରା ସବୁ ଖୋଲା ପଡ଼ିଛି। ଯାହା ଫଳରେ ସେ ବ୍ୟସ୍ତ ହୋଇ ଭିଣୋଇ ଧର୍ମେଜୟ ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇ ଥିଲେ। ଧର୍ମେଜୟ ଘରେ ପହଞ୍ଚି ଦୁଇଟି ଆଲ୍ମିରା ଭଙ୍ଗା ହୋଇ ଖୋଲା ପଡ଼ିଛି। ସେଥିରେ ଥିବା ନଗଦ ୮୨ ହଜାର ଟଙ୍କା ଓ ଅନ୍ୟ ଦୁଇଟି ଆଲମିରା ରେ କୁ ଭାଙ୍ଗି ସେଥିରେ ଥିବା ୧୮ ଲକ୍ଷ ଟଙ୍କାର ସୁନା ଗହଣା ସବୁ ଚୋରୀ ହୋଇଯାଇଛି ବୋଲି ଜାଣିଥିଲେ । ଓ ତୁରନ୍ତ ପୁଲିସ ନିକଟରେ ପହଂଚି ଲିଖିତ ଭାବେ ଜଣାଇ ଥିଲେ।
Leave A Reply