ପାରାଦ୍ୱୀପ. 0୫ : ଗତକାଲି ପାରାଦ୍ୱୀପ ନେହେରୁବଙ୍ଗଳା ରାତ୍ରି ଯାପନ କରିବା ସହିତ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି l ବାତ୍ୟା ଅମ୍ପନର ଜଗତସିଂହପୁର ଜିଲ୍ଲାରେ ୧୧ ରୁ ୧ ୨ କୋଟି ବାତ୍ୟାରେ କ୍ଷୟକ୍ଷତି ଆକଳନ କରାଯାଇଛି l ୩୬୫ ଟି ପାନବରଜ ଓ ୩୭୮ ଟି ଘର କ୍ଷତିଗ୍ରସ୍ତ ହୋଇଛି l ପାଖାପାଖି ୮ କୋଟି ଟଙ୍କାର ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି l ଅମ୍ପନର କ୍ଷୟକ୍ଷତି ଆକଳନ କରିବାକୁ ଜଗତସିଂହପୁର ଜିଲ୍ଲାରେ ପହଂଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ l ଏହି କେନ୍ଦ୍ରୀୟ ୩ ଜଣିଆ ଟିମରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ନିର୍ଦେଶକ ଏନ. ଆର. ଏଲ. କେ. ପ୍ରସାଦ. ଅର୍ଥ ମନ୍ତ୍ରାଳୟ ଯୁଗ୍ମ ନିର୍ଦେଶକ ସୁରଜ କୁମାର ପ୍ରଧାନ ଥିବା ବେଳେ l କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳର ଅଧିକ୍ଷଣ ଯନ୍ତ୍ରୀ ଅମରଶ ପଲ ସିଂହ ଓ ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାର ନେତୃତ୍ୱ ନେଇଥିଲେ l ସେମାନେ ପ୍ରଥମେ ନୂଆଗଡ ପଞ୍ଚାୟତ ସ୍କୁଲ ପରିସର ପରେ ଗଡ଼ ପଞ୍ଚାୟତର ଚାନ୍ଦିନୀ ଗ୍ରାମରେ ପହଂଚି ଅନୁଧ୍ୟାନ କରିଥିଲେ l ପରେ ଏରସମା ବ୍ଳକର ଜପା ପଞ୍ଚାୟତ ଓ ଭିତରଅନ୍ଧାରୀ. ଗଡ଼ବୀନିଶିପୁର.କୁଞ୍ଜକୋଠି. ଗଡ଼କୁଜଙ୍ଗ. ନୂଆଗାଁ ଓ ଢ଼ିଙ୍କିଆ ପଞ୍ଚାୟତରେ ପହଂଚି ଅନୁଧ୍ୟାନ କରିଥିଲେ l ପରେ ପାରାଦ୍ୱୀପ ଫେରିବା ସହିତ ଏଠାରୁ ଭୁବନେଶ୍ୱର ଫେରି ରାଜ୍ୟସରକାରଙ୍କ ସହିତ ଆଲୋଚନାର କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ରୀୟ ଟିମ କହିଥିଲେ ?