Odisha news

ଗ୍ୟାସ୍ ସମସ୍ୟା ରୁ ଦୁରେଇ ରଖେ “ଦହି “

0

ଦହି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ l ପ୍ରତେକ ଦିନ ଗୋଟିଏ ଗିନା ସତେଜ ଦହି ଖାଇବା ଦ୍ୱାରା ଆମ ଶରୀର ଅନେକ ରୋଗରୁ ଦୁରେଇ ରହିଥାଏ l କିଛି ଲୋକମାନଙ୍କ ଧାରଣା ଯେ ଦହି କେବଳ ଗରମ ଦିନରେ ଖାଇବା ଉଚିତ କିନ୍ତୁ ଏହି ଧାରଣା ଭୁଲ ଅଟେ l ଆମେ ଦହିକୁ ସବୁ ଋତୁରେ ଖାଇବା ଆମ ଶରୀର ପାଇଁ ହିତକର l ଏହା ଦ୍ୱାରା ଆମର ପାଚନ ପକ୍ରିୟା ସୁସ୍ଥ ରହିବ ସହିତ ଆମ ଶରୀରକୁ କ୍ୟାଲସିଅମ ଭରପୁର ମାତ୍ରାରେ ମିଳିଥାଏ l ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦହିରେ ଥିବା ବ୍ୟାକ୍ଟେରିଆ ଗୁଡିକ ମଣିଷ ଶରୀର ପାଇଁ ହିତକର l ଦହିରେ ପ୍ରୋଟିନ ଓ କ୍ୟାଲସିଅମ ବ୍ୟତୀତ ଭିଟାମିନ-ବି୬ ଓ ବି ୧୨ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ l

* ଗ୍ୟାସ ସମସ୍ୟା ରୁ ଦୁରେଇ ରଖେ -ଯଦି ଆପଣଙ୍କର ପ୍ରତେକ ଦିନ ଖାଇବାପରେ ଗ୍ୟାସ ହଉଚି ତାହାଲେ ପ୍ରତ୍ୟକଦିନ ନିଜ ଖାଦ୍ୟରେ ଦହିକୁ ସାମିଲ କରନ୍ତୁ l ଦହି ଦ୍ୱାରା ଶରୀରରେ ପି ଏଚ ସନ୍ତୁଳନ ଠିକ ରହିଥାଏ ଯାହା ଦ୍ୱାରା ପେଟକୁ ଗ୍ୟାସରୁ ଦୁରେଇ ରଖିଥାଏ l ପ୍ରତିଦିନ ଖାଇବା ପରେ ଦହି ଖାଆନ୍ତୁ ଏହା ଦ୍ୱାରା ଖାଦ୍ୟ ହଜମ ହବl ସହିତ ପଚନ ପକ୍ରିୟା ମଧ୍ୟ ସୁଦୃଢ ହୋଇଥାଏ l

* ଦହି ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ -ଦହି ଆପଣଙ୍କର ତ୍ୱଚା ଓ କେଶ ଉଭୟଙ୍କ ପାଇଁ ହିତକର ଅଟେ l ଦହି ସହିତ ବେସନ ମିଶାଇ ପ୍ରତେକ ଦିନ ଶରୀରରେ ଲଗାଇଲେ ତ୍ୱଚା କୋମଳ ହୋଇଥାଏ l ପ୍ରତେକ ଦିନ ଦହି ଓ ଲେମ୍ବୁରା ସମିଶ୍ରଣକୁ ମାଲିସ କଲେ ଚର୍ମରେ ଥିବା କଳା ଦାଗ ଦୂର ହେବ l କେଶ ମୂଳରେ ରୁପି ହୋଇଥିଲେ ଲେମ୍ବୁ ଓ ଦହିର ସମିଶ୍ରଣକୁ ମାଲିସ କରି କେଶକୁ ଧୋଇ ଦିଅନ୍ତୁ ଏହା ଦ୍ୱାରା କେଶ ମୂଳ ସୁସ୍ଥ ରହିବ l

* ଦାନ୍ତ ,ନଖ ଓ ହାଡ ପାଇଁ ଲାଭ ଦାୟକ -ଦହିରେ କ୍ୟାଲସିଅମ ଥାଏ l ତେଣୁ ଏହାକୁ ଖାଇବା ଦ୍ୱାରା ହାଡ ମଝବୁତ ହୋଇଥାଏ l ହାଡ ସହିତ ଆପଣଙ୍କର ଦାନ୍ତ ଓ ନଖକୁ ସୁଦୃଢ ରଖିଥାଏ l

Leave A Reply