Odisha news

କୋରାପୁଟ ଜିଲ୍ଲାରେ ପୁଣି ପାଦ ଥାପିଲା କରୋନା : ଆଜି ଛଅ ପଜିଟିଭ ଚିହ୍ନଟ।

0
ବୋରିଗୁମ୍ମା (K.sakil Dora) : କିଛି ଦିନର ନୀରବତା ପରେ ପୁଣି କୋରାପୁଟ ଜିଲ୍ଲା କୁ ପାଦ ଥାପିଛି କରୋନା ଭାଇରସ। ରାଜ୍ୟରେ ୨୮ ଗୋଟି ଜିଲ୍ଲାକୁ କରୋନା ଭାଇରସ ମାଡ଼ିଥିବା ବେଳେ କୋରାପୁଟ ଜିଲ୍ଲା ଏଥିରୁ ବାଦ ପଡ଼ିନାହିଁ। ମୋଟ ଛଅ ପଜିଟିଭ ମଧ୍ୟରୁ ସମସ୍ତେ ପ୍ରବାସୀ ଓଡ଼ିଆ। ଏଥି ମଧ୍ୟରୁ ପାଞ୍ଚ ଜଣ କ୍ଵରେ ନଟାଇନ ସେଣ୍ଟର ରେ ଥିବା ବେଳେ ଅନ୍ୟ ଜଣେ ହୋମ କ୍ଵରେନଟାଇନ ରେ ରହୁଥିଲେ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମୋଟ ଛଅ ଆକ୍ରାନ୍ତ ମଧ୍ୟରୁ ଲଷ୍ମୀପୁର ବ୍ଲକ ର ୨ ଜଣ,ନନ୍ଦପୁର ବ୍ଲକର ୨ ଜଣ, ଦସମନ୍ତପୁର  ବ୍ଲକ ର ଜଣେ ଓ ଜୟପୁର ପୌରପାଳିକା ର ଜଣେ ରହିଛନ୍ତି। ଲଷ୍ମୀପୁର ବ୍ଲକ ଦୁଇ କରୋନା ଆକ୍ରାନ୍ତ ତାମିଲନାଡୁ ରୁ ଫେରିଥିବା ସୂଚନା ମିଳିଛି। ସେମାନେ ତଳ କୁଟୀଙ୍ଗା କ୍ଵରେନଟାଇନ ଗୃହ ରେ ରହୁଥିଲେ। ସେହିଭଳି ନନ୍ଦପୁର ବ୍ଲକ ର ଦୁଇ କରୋନା ଆକ୍ରାନ୍ତ ହିକିମପୁଟ ରେ କ୍ଵରେନଟାଇନ ରେ ଥିଲେ। ଏମାନେ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ଫେରିଥିବା ପ୍ରଶାସନ ସୂଚନା ଦେଇଛନ୍ତି।
ସେହିପରି ଜୟପୁର ପୌରପାଳିକା ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ବ୍ୟବସାୟୀ ଏବଂ ସେ ହୋମ କ୍ଵରେନ ଟାଇନ ରେ ରହୁଥିଲେ ସେ ବ୍ୟକ୍ତି ବର୍ତ୍ତମାନ କାହାକୁ କିଛି ନ କହି ବିଶାଖାପାଟଣା ଚାଲିଯାଇଥିବା କୁହାଯାଉଛି। କରୋନା ଆକ୍ରାନ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ଜୟପୁର କରୋନା ଆକ୍ରାନ୍ତ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ହୋଇଛି।
ସେ ବ୍ୟକ୍ତି କେତେଜଣ ଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେହି ଲୋକ ମାନଙ୍କୁ  ଖୋଜିବାରେ ଲାଗିଛି ପ୍ରଶାସନ।କ୍ଵରେନଟାଇନ ରେ ଥିବା ପାଞ୍ଚ କରୋନା ଆକ୍ରାନ୍ତ ବ୍ୟକ୍ତି ଙ୍କୁ ଜୟପୁର ସ୍ଥିତ କୋବିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଚିକିତ୍ସା କରାଯାଉଛି। କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Leave A Reply