ରାଜେଶ କୁମାର ଲେଙ୍କା(କଟକ) :ଗତକାଲି ଅପରାହ୍ନ ୩ଟା ରେ କଟକ ସ୍ଥିତ କାର୍ଯ୍ୟାଳୟ ଠାରେ ‘ଉତ୍କଳ ସିନେ ଚାମ୍ବର ଅଫ କମର୍ସ ‘ପ୍ରଯୋଜକ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ସଂଘର ସଭାପତି ଯୁଗଳ କିଶୋର ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ବ୍ରଜ କିଶୋର ପ୍ରଧାନ,କୋଷାଧ୍ୟକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ର,ସହ ସମ୍ପାଦକ ସଚ୍ଚିକାନ୍ତ ଜେନା ଙ୍କ ସହ କାର୍ଯ୍ୟକାରୀ କମିଟି ସଭ୍ୟ ରଣଜିତ ରାଉତ,ସଂଜୟ ନାୟକ,ଅଜୟ ରାଉତରାୟ,ବବି ନନ୍ଦ,ଶ୍ରୀଧର ମାର୍ଥା,ଜୁବୁଲି ସୁନ୍ଦରରାୟ,ପୂର୍ଣଚନ୍ଦ୍ର ଦାସ,ରୋହିତ ତିବୃଆଲ ପ୍ରମୁଖ ଉପସ୍ଥିତ ରହି କେତେକ ଜରୁରୀ କାଳୀନ ଆର୍ଥିକ ନିଷ୍ପତି ନେଇଥିଲେ ।ପ୍ରଥମତଃ କୋଭିଡ ସମୟରେ ଅଫିସର କର୍ମଚାରୀ ମାନଙ୍କୁ ସମ୍ପୂର୍ଣ ଦରମା ପ୍ରଦାନ କରାଯିବ,ଦ୍ଵିତୀୟତଃ ଅନେକ ଦିନ ତଳୁ ରାଜ୍ୟ ସରକାର ଦେଇ ଥିବା ଚଳଚିତ୍ର ସବ୍ସିଡି ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଚଳଚିତ୍ର ପ୍ରଯୋଜକ ମାନଙ୍କୁ ଯଥାଶୀଘ୍ର ପ୍ରଦାନ କରାଯିବା ପାଇଁ ଉଦ୍ୟମ କରାଯିବ,ତୃତୀୟତଃ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ କୋଭିଡ ସମ୍ପର୍କୀୟ ବିଜ୍ଞାପନ ଚଳଚିତ୍ର ମାଧ୍ୟମରେ ବିଭିନ ପ୍ରଯୋଜକ ମାନଙ୍କୁ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ।ଏତତ୍ତ୍ୱ ବ୍ୟତୀତ ସଂଘର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ବୈଠକ ରେ ଆଲୋଚନା କରାଯାଇଥିଲା ।