Odisha news

ବନ୍ୟା ପାଣି ଘେରରେ ୪୦ ପରିବାର

0
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳ ପଞ୍ଚାୟତର ବ୍ରାହ୍ମଣି ଗାଁ ଆଜକୁ ୪ ଦିନରୁ ଅଧିକ ହେବ ପାଣିଘେରରେ ରହିଛି। ପାଖାପାଖି ୪୦ ପରିବାରର ୨୦୦ ଶହରୁ ଉର୍ଦ୍ଧ ଲୋକ  ଏହି ପାଣି ଘେର ଭିତରେ ରହୁଛନ୍ତି। ଗାଁ ଲୋକେ  ବାହାରିବାକୁ କୌଣସି ରାସ୍ତା ନଥିବା ବେଳେ ସରକାରୀ ବୋଟ ହିଁ ଏକମାତ୍ର ଭରସା ।
ଏହି ବୋଟ ମାଧ୍ୟମରେ ଗ୍ରାମବାସୀମାନେ  ଆବଶ୍ୟକ ଜିନିଷ ପତ୍ର ଆଣିବା ପାଇଁ ନିକତସ୍ଥ ମାର୍କେଟକୁ ଯାଇ ପୁଣି ଗାଁକୁ ବୋଟ ମାଧ୍ୟମରେ ଫେରିଥାନ୍ତି। ପାଣି ଘେରରେ ଲୋକମାନେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଆଦି ପହଞ୍ଚିନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ଏପରିକି ସବୁଠାରୁ ବଡ଼ କଥା ହେଲା ପିଇବା ପାଣି ପାଇଁ ଥିବା ଦୁଇଟି ଟ୍ୟୁବେଲରୁ ଗୋଟିଏ ଖରାପ ହୋଇଯାଇଥିବା ବେଳେ ଗୋଟିଏ ଟ୍ୟୁବେଲ ଉପରେ ସମସ୍ତେ ନିର୍ଭର କରୁଛନ୍ତି । ଏହି ବନ୍ୟା ବିପନ୍ନଙ୍କ ପାଖରେ ଖବର ସଂଗ୍ରହ କରିବା ପାଇଁ ବୋଟ୍ ଯୋଗେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଆମ ପ୍ରତିନିଧି। ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ସାମଗ୍ରୀ ସହିତ ଗୋଖାଦ୍ୟ ପହଞ୍ଚାଇବା ପାଇଁ ବ୍ରାହ୍ମଣି ଗାଁ ବାସୀ ଅନୁରୋଧ କରିଛନ୍ତି।
Govt
Leave A Reply