ନିମାପଡା :ନିମାପଡା କଲେଜରେ ୭୦ରୁ ୮୦ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ଖୋଲା ଯିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି ।ଆଜି ପୁରୀ ଏଡିଏମ୍ ବିନୟ ଦାସ,ଜିଲ୍ଲା ଚିକିସôାଧିକାରୀ ବିଭୂ ପ୍ରସାଦ ମହାନ୍ତି ପ୍ରମୁଖ କଲେଜକୁ ଯାଇ କୋଭିଡ କେୟାର ସେଂଟର ନିମନ୍ତେ ସ୍ଥିତି ଅନୁଧ୍ୟାହ୍ନ କରିଥିଲେ ।ଏହି ସମୟରେ ନିମାପଡା ବିଡିଓ ମନୋଜ ବେହେରା,ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ,ନିମାପଡା ମେଡିକାଲର ଇନଚାର୍ଜ କ୍ଷମାନିଧି ସେଠୀ,ଚାରିଛକ ମେଡିକାଲ ଇନଚାର୍ଜ ପି.କେ ସାମନ୍ତରାୟ,କଲେଜ ଅଧ୍ୟକ୍ଷ ରାଜ କିଶୋର ରଥ ପ୍ରମୁଖ ଉପସ୍ଥିତଥିଲେ ।ଜୁନ ମାସରେ ଏଠାରେ ଏହି ସେଂଟର ଚାଲୁ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା ରହିଥିବା ବିଡିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।