Odisha news

ସର୍ଦି, କାଶ ଓ ଦେହ ଯନ୍ତ୍ରଣା ପାଇଁ ଏହିସବୁ ମେଡ଼ିସିନ କୁ ସେବନ କରୁଥିଲେ ହୋଇ ଯାଆନ୍ତୁ ସତର୍କ 

0
ସର୍ଦି, କାଶ ଓ ଦେହ ଘୋଳବିନ୍ଧା ରେ ଆପଣ ସେବନ କରୁଥିବା ୩ଟି କମନ ଔଷଧ ପ୍ରତି ଆପଣ ସାବଧାନ ରୁହନ୍ତୁ l ସେଣ୍ଟ୍ରାଲ ଡ୍ରଗ୍ସ ରେଗୁଲେଟର ୩୦ ବର୍ଷ ଧରି ବ୍ୟବହାର ହେଉଥିବା ଏହି ଔଷଧ କୁ ପରୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି l ସେହି ଔଷଧ ଗୁଡିକୁ ଆମେ ପ୍ରାୟ ନିୟମିତ ସେବନ କରିଥାଉ l
ଫ୍ରେସ ଟ୍ରାଏଲ ପାଇଁ ଯାଇଥିବା ଔଷଧ –
ଫ୍ରେସ ଟ୍ରାଏଲ ପାଇଁ ଯାଇଥିବା ଔଷଧ ମାନଙ୍କ ମଧ୍ୟରେ ରହିଛି ପାରାସେଟାମଲ , ଫିନାଇଲଫ୍ରାଇନ ହାଇଡ୍ରୋକ୍ଲୋରାଇଡ ନାକ ସମ୍ବନ୍ଧୀୟ ଔଷଧ, ଏବଂ କେଫିନ ଏନହାଇଦ୍ରାସ ଯାହାକି କାଶ ପାଇଁ ଉଦ୍ଧିଷ୍ଟ l ସେଣ୍ଟ୍ରାଲ ଡ୍ରଗ୍ସ ପକ୍ଷରୁ ସେଫଟି କୁ ଆକ୍ଷି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି l ଆମେ ଶରୀର ବିନ୍ଧା ପାଇଁ ସେବନ କରୁଥିବା ଔଷଧ ରେ ଷ୍ଟେରଏଡ଼ ରହିଥିବାର ସୂଚନା ରହିଛି l
– ଯଦି ଆପଣ କୌଣସି ଯନ୍ତ୍ରଣା ପାଇଁ ଔଷଧ ସେବନ କରୁଛନ୍ତି ସେଥିପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ପକ୍ଷରୁ କିଛିଟା ନିୟମ ରହିଛି l କୌଣସି ପେନ କିଲର କୁ ୭ଦିନ ରୁ ଅଧିକ ସେବନ କରିବା ଉଚିତ ନୁହେଁ l ଏବଂ ଏହି ଔଷଧ କୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ ଅଟେ l
– ବିନା ଡାକ୍ତରଙ୍କ ପରାମର୍ଶ ରେ ସେବନ କରୁଥିବା ଔଷଧ କାରଣରୁ ଆପଣ ଅନ୍ୟ କୌଣସି ରୋଗରେ ମଧ୍ୟ ପୀଡିତ ହୋଇପାରନ୍ତି l ପ୍ରତ୍ୟେକ ଔଷଧ ସେବନ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଉପଲବ୍ଧ ଥାଏ l
– ଅତ୍ୟଧିକ ପେନକିଲର ସେବନ ଦ୍ୱାରା ଆପଣ ପେଟ ସମ୍ବନ୍ଧିତ ସମସ୍ୟା ରେ ପୀଡିତ ହୋଇପାରନ୍ତି l ପେନକିଲର ସେବନ ଦ୍ୱାରା ମଧ୍ୟ ସ୍କିନ ଏଲର୍ଜୀ ରେ ପୀଡିତ ହୋଇପାରନ୍ତି l ତେଣୁ ଡାକ୍ତରଙ୍କୁ ପଚାରି ନିର୍ଦ୍ଧିଷ୍ଟ ମାତ୍ରାରେ ସେବନ କରିବା ଜରୁରୀ l
– ସେହିଭଳି କାଶ ପାଇଁ ନିର୍ଦ୍ଧିଷ୍ଟ ଔଷଧ ସେବନ କରିବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l ଅତ୍ୟଧିକ ମାତ୍ରାରେ କଫସିରପ ସେବନ ମୁଣ୍ଡକୁ ଭାରି କରିବାର କାରଣ ହୋଇଥାଏ l କଫସିରପ ସେବନ କଲେ ସାଧାରଣ ଭାବରେ ନିଦ ଲାଗିଥାଏ, କିନ୍ତୁ ଆମେ ନସୋଇ ପରିଲେ ଏହା ମୁଣ୍ଡ କୁ ଭାରାକ୍ରାନ୍ତ କରିଥାଏ l
Nalco
Leave A Reply