ବାରିପଦା : ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ । ଏକ କାରରୁ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ଅସିଫୁଲ ମଣ୍ଡଳ(୨୯) ଓ ଦୟାଲ ବିଶ୍ୱାସ(୨୯) । ଏଠାରେ ସୂଚନାଯୋଗ୍ୟ ଯେ, ସମ୍ବଲପୁର ରୁ ପଶ୍ଚିମବଙ୍ଗକୁ ଡବ୍ଲୁ୍ୟବି-୨୬କେ-୩୬୪୩ ନମ୍ବର ବିଶିଷ୍ଟ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ନେଇ ଏକ ବିଶେଷ ସୁତ୍ରରୁ ଯଶିପୁର ପୁଲିସ ଖବର ପାଇଥିଲେ । ଏନେଇ ଯଶିପୁର ମୁଖ୍ୟବଜାର ନିକଟରେ ଏହି କାରଟିକୁ ଅଟକାଇବା ସହ ଉକ୍ତ କାରରୁ ୧୨୦କେଜି ଗଞ୍ଜେଇ ଜବତ କରାଯିବା ସହ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ନଗଦ ୩୧୩୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିଲା । ଏନେଇ ଯଶିପୁର ଥାନାରେ ୩୯/୨୪ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅନ୍ୟପକ୍ଷରେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।