ସମଗ୍ର ଦେଶରେ ୪,୧୦,୪୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୨,୨୭,୭୫୫ ଜଣ ସୁସ୍ଥ,୧୩,୨୫୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି
ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ସକାଳ ୯.୩୦ ସୁଦ୍ଧା ସମଗ୍ର ଦେଶରେ ୪,୧୦,୪୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୭,୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୩,୨୫୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୯,୪୫୧ ରହିଛି। ସବୁଠାରୁ ବଡ କଥା ହେଲା ୨୪ଘଣ୍ଟା ମଧ୍ୟରେ ୧୫,୪୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୬ଜଣଙ୍କର ମୃତ୍ୟୁ ଘଟିଛି |
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୦୧ଜଣ, ଆସାମରେ ୯ ଜଣ, ବିହାରରେ ୫୨ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୧ ଜଣ, ଦିଲ୍ଲୀରେ ୨୧୧୨ଜଣ, ଗୁଜରାଟରେ ୧୬୩୮ଜଣ, ହରିୟାଣାରେ ୧୪୯ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୮୧ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୩୨ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୦୧ ଜଣ, ମହାରାଷ୍ଟ୍ରରେ ୫୯୮୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୨ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୯୮ ଜଣ, ରାଜସ୍ଥାନରେ ୩୩୭ ଜଣ, ତାମିଲନାଡୁରେ ୭୦୪ଜଣ, ତେଲେଙ୍ଗାନାରେ ୨୦୩ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୭ଜଣ, ଉତ୍ତରପ୍ରଦେଶରେ ୫୦୭ ଜଣ ଏବଂ ପଶ୍ଚମବଙ୍ଗରେ ୫୪୦ଜଣ ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୬), ଆନ୍ଧ୍ରପ୍ରଦେଶ (୪୧୧୧), ଅରୁଣାଚଳ ପ୍ରଦେଶ (୧୪), ଆସାମ (୩୦୩୯), ବିହାର (୫୫୨୯), ଚଣ୍ଡିଗଡ଼ (୩୧୬), ଛତିଶଗଡ଼ (୧୩୯୪), ଦାଦର ନଗର ହାୱେଲି (୨୬), ଦିଲ୍ଲୀ (୩୨୨୯୪), ଗୋଆ (୧୨୯), ଗୁଜରାଟ (୧୮୬୯୪), ହରିୟାଣା (୫୧୨୮), ହିମାଚଳ ପ୍ରଦେଶ (୪୧୩), ଜମ୍ମୁ ଓ କଶ୍ମୀର (୩୩୩୬), ଝାଡ଼ଖଣ୍ଡ (୧୩୩୫), କର୍ଣ୍ଣାଟକ (୫୩୯୧), କେରଳ (୧୫୬୮), ଲଦାଖ (୧୧୭), ମଧ୍ୟପ୍ରଦେଶ (୮୮୮୦), ମହାରାଷ୍ଟ୍ର (୬୪୧୫୩), ମଣିପୁର (୨୩୨), ମେଘାଳୟ (୩୩), ମିଜୋରାମ (୯) ନାଗାଲାଣ୍ଡ୍ (୧୩୮), ଓଡ଼ିଶା (୩୫୩୪), ପୁଦ୍ଦୁଚେରୀ (୧୧୮), ପଞ୍ଜାବ (୨୬୭୮), ରାଜସ୍ଥାନ (୧୧୨୭୪), ସିକିମ୍ (୨୫), ତାମିଲନାଡୁ (୩୧୩୧୬), ତେଲେଙ୍ଗାନା (୩୫୦୬), ତ୍ରିପୁରା (୬୮୦), ଉତ୍ତରାଖଣ୍ଡ (୧୪୫୦), ଉତ୍ତରପ୍ରଦେଶ (୯୯୯୫) ଓ ପଶ୍ଚିମବଙ୍ଗ (୭୮୬୫) ।