ଆଜି ସୂର୍ଯ୍ୟପରାଗ , ଏହି ପରାଗ ବର୍ଷର ସବୁଠୁ ବଡ ସୁର୍ଯ୍ୟ ପରାଗ ଅଟେ l ଆଜିର ସୂର୍ଯ୍ୟପରାଜିକୁ ନେଇ ସରକାର ମଧ୍ୟ ଲୋକମାନଙ୍କୁ ସାବଧାନ ରହିବାକୁ କହିଛନ୍ତି l ଏହି ପରାଗଟି ଏକ ବଳୟ ଆକାର ସୂର୍ଯ୍ୟ ପରାଗ , ଯେଉଁଥିରେ ସୂର୍ଯ୍ୟ ଏକ ଚମକୁ ଥିବା ପଦାର୍ଥ ପରି ଦେଖାଯିବେ l ଏହି ସମୟରେ ପ୍ରାୟ ସୂର୍ଯ୍ୟଙ୍କର ୯୯ ପ୍ରତିଶତ ଭାଗ ଚନ୍ଦ୍ରମାଙ୍କ ଛାୟାରେ ଲୁଚିଯିବ l
ଆଜିର ପରାଗ ଭାରତୀୟ ସମୟ ଅନୁସାରେ ୯ ଟା ୧୫ ମିନିଟ ରେ ଆରମ୍ଭ ହୋଇଯାଇଛି ଓ ୩ .୫ ମିନିଟ ପର୍ଯ୍ୟନ୍ତ ରହିବ l ଏହି ପରାଗର ଅବଧି ପାଞ୍ଚ ଘଣ୍ଟା ଅଡ଼ଚାଲିସି ମିନିଟ ପର୍ଯ୍ୟନ୍ତ ରହିଛି l ଭାରତର ସମସ୍ତ ଜାଗାରେ ଅଲଗା ଅଲଗା ସମୟରେ ଆରମ୍ଭ ହୋଇ ଅଲଗା ସମୟରେ ସମାପ୍ତ ହେବ l
ଭାରତ ସହିତ ଏହି ପରାଗ ପାକିସ୍ତାନ , ଚୀନ , ସେଣ୍ଟ୍ରାଲ ଆଫ୍ରିକା , ଆଫ୍ରିକାର କିଛି ଦେଶ , କଙ୍ଗୋ , ଏଥୋପିଆ , ନର୍ଥ ଅଷ୍ଟ୍ରେଲିଆ , ହିନ୍ଦ ମହାସାଗର ଓ ୟୁରୋପର କିଛି ଦେଶରେ ମଧ୍ୟ ଦେଖାଦେବ l